fbpx
BSKY
BJD MC SKY
BJD MS SKY

ରୋଗିଣୀ ପତ୍ନୀଙ୍କ ଠାରୁ ଦୂରେଇ ଯିବାକୁ ଛାଡପତ୍ର ଚାହୁଁଥିଲା ସ୍ୱାମୀ, କୋର୍ଟ କ’ଣ କହିଲେ ଜାଣନ୍ତୁ

ମୁମ୍ବାଇ: ପତ୍ନୀ ଦୀର୍ଘଦିନ ଧରି ଅପସ୍ମାର ରୋଗରେ ପୀଡିତ । ଏହି କାରଣରୁ ମୁଁ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଛି । ଏହି କାରଣ ଦର୍ଶାଇ ଜଣେ ବ୍ୟକ୍ତି ମୁମ୍ବାଇ ହାଇକୋର୍ଟରେ ଛାଡପତ୍ର ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣୀ କରି କୋର୍ଟ କହିଛନ୍ତି, ଏହାକୁ ଛାଡପତ୍ରର ଆଧାର ମନେ କରାଯାଇ ପାରିବ ନାହିଁ । କୋର୍ଟ କହିଛନ୍ତି ଏପରି ବହୁ ମେଡିକାଲ୍ ପ୍ରମାଣ ରହିଛି ଯାହା ପତି ପତ୍ନୀଙ୍କୁ ଏକ ସଙ୍ଗେ ରହିବା ନେଇ କୌଣସି ସମସ୍ୟା ସୃଷ୍ଟି କରି ନ ଥାଏ ।

ମାମଲାର ଶୁଣାଣୀ କରି ବମ୍ବେ ହାଇକୋର୍ଟର ଡିଭିଜନ ବେଞ୍ଚ ୨୦୧୬ରେ ଫ୍ୟାମିଲି କୋର୍ଟ ପକ୍ଷରୁ ଦିଆଯାଇଥିବା ନିଷ୍ପତ୍ତିକୁ ବରଖାସ୍ତ କରି ଦେଇଛନ୍ତି । ବିଚାରପତି ବିନୟ ଯୋଶୀ ଓ ବିଚାରପତି ବାଲ୍ମିକୀ ଏସ ଏ ମେଞ୍ଜେସ ସଂପୃକ୍ତ ମାମଲାରେ ପତିଙ୍କ ପକ୍ଷରୁ ଲଗାଯାଇଥିବା ବିଭିନ୍ନ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ।

ପତି କହିଥିଲେ ପତ୍ନୀ ଅପସ୍ମାର ରୋଗରେ ପୀଡିତ । ଏହା ସହିତ ଏହି ରୋଗ ଠିକ୍ ହେବାର ଆଶା ନାହିଁ ଓ ଏହି ରୋଗରେ ସେ ତାଙ୍କର ମାନସିକ ସନ୍ତୁଳନ ହରାଇ ବସିଛନ୍ତି । ତେଣୁ ତାଙ୍କ ସହ ରହିବା ଅସମ୍ଭବ ହୋଇପଡିଛି ବୋଲି ଉଲ୍ଲେଖ କରିଥିଲେ । ସେ ଆହୁରି ଉଲ୍ଲେଖ କରିଥିଲେ କି ତାଙ୍କ ପତ୍ନୀ ସର୍ବଦା ଆତ୍ମହତ୍ୟାର ଧମକ ଦେଉଛନ୍ତି । ହାଇକୋର୍ଟ ପତିଙ୍କର ଏହି ଅଭିଯୋଗକୁ ଗ୍ରହଣ କରିନାହାନ୍ତି ।

କୋର୍ଟ କହିଛନ୍ତି ଅପସ୍ମାର ଏପରି ଏକ ରୋଗ ଯାହା ଭଲ ହୋଇପାରିବ । ଏହି ରୋଗରେ ବ୍ୟକ୍ତି ମାନସିକ ସନ୍ତୁଳନ ହରାଇବା ବି ଯଥେଷ୍ଟ କାରଣ ନୁହେଁ । ଏଣୁ ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନୁଯାୟୀ ଏହାକୁ ଛାଡପତ୍ରର ଆଧାର ମନେ କରାଯାଇପାରିବ ନାହିଁ ।

Get real time updates directly on you device, subscribe now.