ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫିଲ୍ମ ଷ୍ଟାର ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀମାନେ ମଧ୍ୟ କରୋନା କବଳରୁ ବାଦ ପଡ଼ୁନାହାନ୍ତି । ଏହାରି ମଧ୍ୟରେ ଆଜି ଆଉ ଜଣେ ନେତା କରୋନା କବଜାକୁ ଆସିଛନ୍ତି । ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଗତକାଲି ପଜିଟିଭ ଚିହ୍ନଟ ହେବା ପରେ ସେ ନିଜେ ଏନେଇ ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ ରହିଛନ୍ତି । ଏହାସହ ଗତକିଛି ଦିନ ତଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବା ସହ କୋଭିଡ଼ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।
ଡାକ୍ତରଙ୍କ ପରାମର୍ଶ କ୍ରମେ ମୋର covid_19 ପରୀକ୍ଷା କରିବା ପରେ positive ଚିହ୍ନଟ ହୋଇଛି ଏବଂ କୋରାପୁଟ ରେ ରହି ଚିକିତ୍ସିତ ହେଉ ଅଛି ତେଣୁ ଗତ କିଛି ଦିନ ମଧ୍ୟରେ ମୋ ସହ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଅନୁରୋଧ ସେମାନେ ନିଜର covid_19 ପରୀକ୍ଷା କରେଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ରେ ସହଯୋଗ କରନ୍ତୁ,,
— office of the ex MP Sri Jayaram Pangi (@TusarKantaMoh20) August 22, 2020