fbpx
BSKY
BJD SHG SKY
BJD MC SKY

ପୂର୍ବତନ ଲୋକସଭା ସାଂସଦଙ୍କୁ ଆଜୀବନ କାରାଦଣ୍ଡ: ୧୯୯୫ରେ ଘଟିଥିଲା ଡବଲ୍ ମର୍ଡର

ନୂଆଦିଲ୍ଳୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଏକ ପୁରୁଣା ହତ୍ୟା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ୧୯୯୫ ମସିହାରେ ଘଟିଥିବା ଡବଲ୍ ମର୍ଡର ମାମଲାରେ ଜଣେ ପୂର୍ବତନ ସାଂସଦଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଜଷ୍ଟିସ ସଞ୍ଜୟ କିଶାନ କଉଲ, ଏ.ଏସ ଓକା ଓ ବିକ୍ରମ ନାଥଙ୍କୁ ନେଇ ଗଠିତ ତିନିଜଣିଆ ବେଞ୍ଚ ଏହି ଶୁଣାଣି କରିଥିଲେ ।

ଖବର ମୁତାବକ, ୧୯୯୫ ମସିହାରେ ବିହାରର ସରନ ଜିଲ୍ଲାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ସମୟରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିଲା । ଉକ୍ତ ଡବଲ୍ ହତ୍ୟାକାଣ୍ଡରେ ପୂର୍ବତନ ଲୋକସଭା ସାଂସଦ ପ୍ରଭୁନାଥ ସିଂହ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେଣୁ ୨୮ ବର୍ଷ ପରେ ଉକ୍ତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଭୁନାଥଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି ।

ଏହା ପୂର୍ବରୁ ଗତ ୨୦୦୮ ମସିହାରେ ଟ୍ରାଏଲ କୋର୍ଟ ଓ ୨୦୧୨ ମସିହାରେ ପାଟନା ହାଇକୋର୍ଟ ପ୍ରଭୁନାଥଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ । ଏହି ମାମଲାରେ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ସର୍ବୋଚ୍ଚ ଅଦାଲତ ବିହାର ସରକାର ଓ ପ୍ରଭୁନାଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଣ ହରାଇଥିବା ପୀଡ଼ିତଙ୍କ ପରିବାରଙ୍କୁ ୧୦ ଲକ୍ଷ ଓ ଆହତ ହୋଇଥିବା ପରିବାରଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୯୯୫ରେ ରାଜେନ୍ଦ୍ର ରାୟ ଓ ଦାରୋଗା ରାୟଙ୍କୁ ହତ୍ୟା କରାଯାଇଥିଲା । ଏହା ପୂର୍ବରୁ ମହାରାଜଗଞ୍ଜର ପୂର୍ବତନ ସାଂସଦ ତଳ କୋର୍ଟ ଓ ପାଟନା ହାଇକୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ ।

Get real time updates directly on you device, subscribe now.