fbpx

ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ରାଜ୍ୟ ବିଧାନସଭା ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆଉ ନାହାନ୍ତି । ଖରାପ ସ୍ୱାସ୍ଥ୍ୟ କାରଣରୁ ଗତ କିଛିଦିନ ଧରି ମହେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଶେଷରେ ଡାକ୍ତରଙ୍କର ସବୁ ପ୍ରୟାସ ବୃଥା ହୋଇଛି । ୬୭ ବର୍ଷ ବୟସରେ ମହେଶ୍ୱର ପରଲୋକ ଗମନ କରିଛନ୍ତି ।

ଗତ ମାସ ୩୧ ତାରିଖରୁ ମହେଶ୍ୱର ଚିକିତ୍ସାଧୀନ ରହିଥିଲେ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିଥିଲା । ମାତ୍ର ପରବର୍ତ୍ତୀ ସମୟରେ ପୁଣି ସ୍ୱାସ୍ଥ୍ୟାବସ୍ଥା ହୋଇଥିଲା । ମହେଶ୍ୱରଙ୍କ ଅଚାନକ ବିୟୋଗ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ମହେଶ୍ୱର ରାଜ୍ୟ ରାଜନୀତିର ଜଣେ ଆଗଧାଡ଼ିର ରାଜନେତା ଥିଲେ । ସେ ଜଣେ କାଉନସିଲରୁ ରାଜନୈତିକ ଜୀବନ ଆରମ୍ଭ କରି ବାଚସ୍ପତି ହୋଇପାରିଥିଲେ । ସେ ୧୯୯୫ ମସିହାରୁ ୨୦୧୯ ପର୍ଯ୍ୟନ୍ତ ପୁରୀରୁ ପ୍ରତିନିଧିତ୍ୱ କରୁଥିଲେ । ଉକ୍ତ ବିଧାନସଭା ଆସନରୁ ସେ କ୍ରମାଗତ ଭାବେ ୫ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ରାଜ୍ୟ ବିଧାନସଭାର ବାଚସ୍ପତି ରହିଥିଲେ । ସେ ୧୯୯୫ରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡିର ବିଧାୟକ ରହିଥିଲେ । ଏଥିସହିତ ସେ ପୁରୀ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ମଧ୍ୟ ରହିଥିଲେ ।

Get real time updates directly on you device, subscribe now.