fbpx

ବିଧାନସଭା ନିର୍ବାଚନ: ଛତିଶଗଡ-ମିଜୋରାମରେ ଭୋଟିଂ ଆରମ୍ଭ, ସୁକମାରେ IED ବିସ୍ଫୋରଣ

Advertisement

ନୂଆଦିଲ୍ଲୀ: ଛତିଶଗଡର ୨୦ ଟି ବିଧାନସଭା ଆସନ ଏବଂ ମିଜୋରାମର ସମସ୍ତ ୪୦ ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ନଭେମ୍ବର ୧୭ ରେ ଛତିଶଗଡର ଅବଶିଷ୍ଟ ୭୦ ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ମତଦାନକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଡିସେମ୍ବର ୩ ରେ ଉଭୟ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ ।

ତେବେ ମିଜୋରାମର ୪୦ ଟି ସିଟ୍ ଏବଂ ଛତିଶଗଡର ୨୦ ଟି ସିଟ୍ ଉପରେ ସନ୍ଧ୍ୟା ୭ ଟାରୁ ମତଦାନ ଆରମ୍ଭ ହୋଇଛି । ମତଦାନକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଛତିଶଗଡର ୨୦ ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ ୨୨୩ ଜଣ ପ୍ରାର୍ଥୀ ଅଛନ୍ତି । ସେଥିମଧ୍ୟରୁ ୧୯୮ ଜଣ ପୁରୁଷ ଏବଂ ୨୫ ଜଣ ମହିଳା ଅଟନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ ୪୦ ଲକ୍ଷ ୭୮ ହଜାର ୬୮୧ ଭୋଟର ସେମାନଙ୍କର ଅଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧୯ ଲକ୍ଷ ୯୩ ହଜାର ୯୩୭ ପୁରୁଷ ଏବଂ ୨୦ ଲକ୍ଷ ୮୪ ହଜାର ୬୭୫ ମହିଳା ଭୋଟର ଅଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ମୋଟ ୫୩୦୪ ମତଦାନ ବୁଥ ନିର୍ମାଣ କରାଯାଇଛି ।

ଭୋଟ୍ ମଧ୍ୟରେ ସୁକମାରେ IED ବିସ୍ଫୋରଣ :-
ମତଦାନ ଚାଲିଥିବା ବେଳେ ଛତିଶଗଡର ସୁକମାର ଟୋଣ୍ଡାମର୍କା ଅଞ୍ଚଳରେ ନକ୍ସଲମାନେ IED ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍ କୋବ୍ରା ବାଟାଲିୟନ ଯବାନ ଆହତ ହୋଇଛନ୍ତି । ଏହି ଯବାନ ଭୋଟ୍ ଦେବାର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ । ବର୍ତ୍ତମାନ ଏହି ମାମଲା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ ।

Get real time updates directly on you device, subscribe now.