fbpx

ବିଜେଡି ନେତାଙ୍କୁ ଦଳରୁ ବହିଷ୍କୃତ କଲେ ନବୀନ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଗତ କିଛି ମାସ ମଧ୍ୟରେ ଦଳରେ ଅନେକ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ବିଜେଡି ସମସ୍ତ ପ୍ଲାନ ପ୍ରସ୍ତୁତ କରିସାରିଛି । ଏହା ମଧ୍ୟର ଦଳ ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ଅନେକ ନେତାଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ କରିଛି । ସର୍ବଦା ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସିଥିବା ବିଜେଡି ସଭାପତି ନବୀନ ଦଳ ବିରୋଧୀ କାର୍ଯ୍ୟକୁ କଦାପି ପ୍ରଶ୍ରୟ ଦେଇନଥାନ୍ତି । ଅତୀତରେ ବହୁ ନେତାଙ୍କୁ ସେ ଦଳରୁ ବହିଷ୍କୃତ ଓ ସସପେଣ୍ଡ କରିଛନ୍ତି ।

ଏହା ମଧ୍ୟରେ ନବୀନ ପୁଣି ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ କାରଣରୁ କୋରାପୁଟ ନିର୍ବାଚନ ମଣ୍ଡଳୀର ନେତା ରଘୁରାମ ମାଛଙ୍କୁ ଦଳରୁ ବହିଷ୍କାର କରାଯାଇଛି । ରଘୁରାମ ଗତ କିଛି ମାସ ହେବ ବିଧାୟକ ଓ ଦଳୀୟ ନେତାଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବା ସହିତ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ତେଣୁ ତାଙ୍କ ବିରୋଧରେ ବିଜେଡି ସୁପ୍ରିମୋ ଏହି ଆକ୍ସନ ନେଇଥିବା ଜଣାପଡ଼ିଛି । ଗତ ୨୦୨୧ ମସିହା ଅକ୍ଟୋବର ମାସରେ ମଧ୍ୟ ରଘୁରାମ ସମାନ କାରଣରୁ ଦଳରୁ ସସପେଣ୍ଡ ହୋଇଥିଲେ । ୨୦୧୪ରେ ରଘୁରାମ ବିଜେଡିରେ ସାମିଲ ହୋଇଥିବା ବେଳେ ସେହି ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ କୋରାପୁଟ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ ।

Get real time updates directly on you device, subscribe now.