fbpx
BJD SKY
BJD SKY

ଜାନୁଆରୀ ୧୫ ସୁଦ୍ଧା ହେବ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଏପରି ଆବେଦନ କରନ୍ତୁ ଛାତ୍ରଛାତ୍ରୀ

BJD

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ମାସ ୧୫ ତାରିଖ ସୁଦ୍ଧା ହେବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟର ୩୧୪ଟି ଆଦର୍ଶ ବିଦ୍ୟାଳୟ ଏବଂ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପାଇଁ ଚଳିତମାସ ୧ ତାରିଖରୁ ଆବେଦନ ପଞ୍ଜିକରଣ ପ୍ରକ୍ରିୟା ଚାଲିଛି ।

ଆଦର୍ଶ ବିଦ୍ୟାଳୟ ୱେବ୍‍ସାଇଟରେ oav.edu.in ଇଚ୍ଛୁକ ଛାତ୍ରଛାତ୍ରୀମାନେ ଚଳିତମାସ ୨୦ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଗଣଶିକ୍ଷା ବିଭାଗର ସୂଚନା ଅନୁସାରେ ଏପ୍ରିଲ ମାସରେ ଏହି ବିଦ୍ୟାଳୟ ମାନଙ୍କରେ ନାମଲେଖା ପ୍ରକ୍ରିୟା ଶେଷ ହେବ । ଉପଲବ୍ଧ ଥିବା ସମସ୍ତ ସିଟ୍‌‌ ମଧ୍ୟରୁ ୫୦ପ୍ରତିଶତ ସିଟ୍‌‌ ଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରହିଛି। ସୂଚନା ଅନୁଯାୟୀ, ରାଜ୍ୟରେ ୧୧୭ଟି ଆଦର୍ଶ ବିଦ୍ୟାଳୟରେ ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେଉଛି।

Get real time updates directly on you device, subscribe now.