fbpx

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଫୁସଫୁସ ସଂକ୍ରମଣକୁ ନେଇ ଚିନ୍ତିତ ଡାକ୍ତର

କୋଲକାତା( ଓଡ଼ିଶା ଭାସ୍କର): କରୋନାରେ ସଂକ୍ରମିତ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ମଙ୍ଗଳବାର
ସକାଳେ ତାଙ୍କର ଅମ୍ଳଜାନ ସ୍ତର ୯୦ ପ୍ରତିଶତରେ ପହଞ୍ଚି ଯିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବୁଦ୍ଧଦେବଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ବୁଦ୍ଧଦେବଙ୍କ ‘କ୍ରୋନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ’ ଥିଲା ।ତାଙ୍କ ଫୁସଫୁସ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ସେଥିପାଇଁ ଅନ୍ୟ ଡାକ୍ତରୀ ପରୀକ୍ଷା ଜରୁରୀ ଥିବାରୁ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ମେ ୧୮ତାରିଖରେ ଭଟ୍ଟାଚାର୍ଯ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଗତ ସପ୍ତାହରେ ତାଙ୍କ ପତ୍ନୀ ମିରା ଭଟ୍ଟାଚାର୍ଯ୍ୟ ମଧ୍ୟ ସଂକ୍ରମିତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Get real time updates directly on you device, subscribe now.