fbpx

ବାତ୍ୟା ‘ୟଶ୍’ ପ୍ରଭାବ: ଆଜି ବନ୍ଦ ରହିବ ଟିକାକରଣ, ୨୬ରେ ସ୍ଲଟ୍‌ ବୁକିଂ କରିଥିବା ଲୋକ ୨୯ରେ ଟିକା ନେଇପାରିବେ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଅତି ଖୀପ୍ର ବେଗରେ ମାଡି ଆସୁଛି ବାତ୍ୟା ୟଶ୍।   ଭଦ୍ରକର ଧାମରାରୁ ମାତ୍ର ୪୦ କିମି ଦୂରରେ ରହିଥିବା ବେଳେ ବାଲେଶ୍ବର ଓ ପଶ୍ଚିମବଙ୍ଗର ଦୀଘାଠୁ ୯୦ କିମି ଦୂରରେ ୟଶ୍ । ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ୟଶ’ର ଆଖିର ବ୍ୟାସାର୍ଦ୍ଧ ରହିଛି ୩୫ କିଲୋମିଟର ଜଣାପଡି । ଲ୍ୟାଣ୍ଡଫଲ ବେଳେ ୧୩୦ରୁ ୧୫୫ କିମି ବେଗରେ ବହିପାରେ ପବନ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।। ଏଥି ମଧ୍ୟରେ କରୋନାକୁ ମାତ୍ ଦେବାକୁ ରାଜ୍ୟର ବିଭିନ୍ନ ଜିଲ୍ଳାରେ ଟିକାକରଣ ଚାଲିଥିବା ବେଳେ ୟଶ୍ ଯୋଗୁ ପ୍ରଭାବିତ ହୋଇଛି। ବାତ୍ୟା ପାଇଁ ସତର୍କତା ପଦକ୍ଷେପ ଭାବେ ରାଜଧାନୀରେ ଆଜି ଟିକାକରଣ ବନ୍ଦ ରଖିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । କୌଣସି ହସ୍ପିଟାଲ ଓ ଟିକା ଶିବିରରେ ଟିକାକରଣ ହେବନି । ଯେଉଁମାନେ ୨୬ ତାରିଖରେ ଟିକା ନେବାକୁ ସ୍ଲଟ୍‌ ବୁକିଂ କରିଥିବେ ସେମାନେ ୨୯ ତାରିଖ ବା ଶୁକ୍ରବାର ବୁକ୍‌ କରିଥିବା ସ୍ଥାନରେ ଟିକା ନେଇପାରିବେ । ଏଥିପାଇଁ ବୁକିଂର ପ୍ରମାଣ ଦେଖାଇବାକୁ ପଡିବ । ତେବେ ଟିକାକରଣ ବନ୍ଦ କରାଯାଇଥିବାରୁ କେହି ଟିକା ନେବାକୁ ଘରୁ ବାହାରି ହସ୍ପିଟାଲ ଆସନ୍ତୁ ନାହିଁ ବୋଲି ବିଏମ୍‌ସି ପକ୍ଷରୁ ଅପିଲ୍‌ କରାଯାଇଛି ।

 

ସୂଚନା ଯେ, ନିକଟରେ ଡ୍ରାଇନ୍‌ ଇନ୍‌ ଟିକାକରଣ ଓ ଡୋର୍‌ ଟୁ ଡୋର୍‌ ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ରୋକ୍‌ ଲଗାଇଥିଲା । ଏହାସତ୍ତେ୍ୱ ବିଏମସି ଡ୍ରାଇଭ ଇନ୍‌ ଟିକାକରଣକୁ ଜାରି ରହିବ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.