fbpx

ବନ୍ଦ ପାଇଁ ଘୁଞ୍ଚିଲା ପରିକ୍ଷା

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ଆସନ୍ତାକାଲି ଭାରତ ବନ୍ଦ ପ୍ରଭାବରେ ୮ ତାରିଖରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ସବୁ ପରୀକ୍ଷା ଘୁଞ୍ଚାଯାଇଛି । ପରୀକ୍ଷାର ନୂଆ ତାରିଖ ପରେ ଘୋଷଣା କରିବେ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ । ଅନ୍ୟପଟେ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି ।

ତେବେ ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ୧୨ ଦଫା ଦାବି ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବେକାରୀ, ବୋରାଜଗାର, ଦରଦାମ ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ନେଇ ରାଜ୍ୟର ସହଯୋଗ ଲୋଡିଛି ମଞ୍ଚ ।

Get real time updates directly on you device, subscribe now.