fbpx

ଭୟଙ୍କର ହୋଇପାରେ ମୋବାଇଲର ଅଧିକ ବ୍ୟବହାର: ଏହିସବୁ ରୋଗର ପ୍ରମୁଖ କାରଣ

ମୁମ୍ବାଇ: ଆଜିର ଦିନରେ ସ୍ମାର୍ଟଫୋନର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସମୟରେ ଏହା ମନୁଷ୍ୟର ଆବଶ୍ୟକତାରେ ପରିଣତ ହୋଇଗଲାଣି ଏବଂ ଲୋକଙ୍କ ଦୈନନ୍ଦିନ ଲାଇଫଷ୍ଟାଇଲର ଏକ ପ୍ରମୁଖ ଅଂଶ ହୋଇଗଲାଣି । ହାତ ପାପୁଲିରେ ଦୁନିଆର କୌଣସି କାର୍ଯ୍ୟକୁ ଅତି ସହଜ କରିପାରୁଛି ଏହି ସ୍ମାର୍ଟଫୋନ୍ । କିନ୍ତୁ ଏହାର ଅଧିକ ବ୍ୟବହାର ମଧ୍ୟ ମଣିଷ ପ୍ରତି ବିପଦ ହୋଇପାରେ । ମୋବାଇଲ ଫୋନର ବ୍ୟବହାର କରିବା ଦ୍ୱାରା ଏହା ଆମର ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ।

କିଛି ରିପୋର୍ଟ ଜଣାଯାଇଛି ଯେ, ମୋବାଇଲ ଫୋନ ଅଧିକ ବ୍ୟବହାର ଦ୍ୱାରା ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ବହୁତ ଖତରନାକ । ଯେଉଁମାନେ ଦୈନିକ ୩୦ ମିନିଟରୁ ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କୁ ଉଚ୍ଚ ରକ୍ତଚାପ ଜନିତ ରୋଗ ହେଇପାରେ ବୋଲି କହିଛନ୍ତି ଡାକ୍ତର । ତେବେ ମୁମ୍ବାଇରେ ରହୁଥିବା ଲୋକମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି, ଏଥିପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ କୁପ୍ରଭାବ ପକାଇଥାଏ ।

ଅତ୍ୟଧିକ ମୋବାଇଲ ବ୍ୟବହାର ଦ୍ୱାରା ଉଚ୍ଚ ରକ୍ତଚାପ ରୋଗ ସହିତ ଆଖି ଖରାପ ହେବାର ସମ୍ଭାବନା, ହାତଗୋଡ଼ରେ ଦରଜ, ଶୋଇବା ସମୟର ପରିବର୍ତ୍ତନ ଏବଂ ଚିନ୍ତା ବଢାଇବା ଭଳି ସମସ୍ୟା ସୃଷ୍ଟି କରିଥାଏ ।

ମୋବାଇଲର ନୀଳ ପରଦା ଆମ ଆଖି ଉପରେ ଅଧିକ ଚାପ ପକାଏ , କେତେକ ସମୟରେ ଏହାକୁ ଆମେ ଅନୁଭବ କରି ପାରିନଥାଉ କିନ୍ତୁ ଏହା ଆମ ପାଇଁ ଅଧିକ କ୍ଷତିକାରି ଥାଏ । ଆମ ଜିବନ ଶୈଳୀରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ଶୋଇବା ସମୟ , ଜଣେ ବ୍ୟକ୍ତି ଠିକ ସମୟରେ ଶୋଇଲେ ତାର ଦେହ ସୁସ୍ଥ ରହିଥାଏ । କିନ୍ତୁ ମୋବାଇଲର ଅଧିକ ବ୍ୟବହାର ଦ୍ୱାରା ନିଦ ନହେବାର ଏକ ମୁଖ୍ୟ କାରଣ ଅଟେ ।

Get real time updates directly on you device, subscribe now.