fbpx

ପୂଜା ଘରେ ଶଙ୍ଖ ରଖିଥିଲେ, କରନ୍ତୁ ନାହିଁ ଏହି ଭୁଲ

ଭୁବନେଶ୍ୱର : ଧାର୍ମିକ ଭାବନା ଅନୁଯାୟୀ ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ଏହା ସମୃଦ୍ଧର ରାସ୍ତା ଖୋଲିଥାଏ ।

କୁହାଯାଏ ଶଙ୍ଖରେ ମହା ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଶଙ୍ଖ ବାଦନ ଦ୍ୱାରା ବାତାବରଣ ଶୁୁଦ୍ଧ ହୋଇଥାଏ । ତେଣୁ ପୂଜା ଘରେ ଶଙ୍ଖ ରଖିବା ଓ ବଜାଇବାର କିଛି ନିମୟ ରହିଛି ।

ପୂଜା ଘରେ ସର୍ବଦା ନାଲି ବା ହଳଦିଆ ରଙ୍ଗର କପଡାରେ ଗୁଡାଇ କୌଣସି ଏକ ଆସନ ଉପରେ ଶଙ୍ଖ ରଖିବା ଉଚିତ୍ । ଏହା ଶୁଭ ହୋଇଥାଏ ।

ସର୍ବଦା ସକାଳ ଏବଂ ସନ୍ଧ୍ୟାରେ ପୂଜା ସମୟରେ ଶଙ୍ଖ ବଜାଇବା ଉଚିତ୍ । କିନ୍ତୁ ଧ୍ୟାନ ଦିଅନ୍ତୁ ପୂଜା ଘରେ କେବେବି ଗୋଟିଏରୁ ଅଧିକ ଶଙ୍ଖ ରଖନ୍ତୁ ନାହିଁ ।

ଧାର୍ମିକ ମାନ୍ୟତା ଅନୁଯାୟୀ, ନିଜ ଶଙ୍ଖ ଅନ୍ୟକୁ ଦିଅନ୍ତୁ ନାହିଁ ଏବଂ ଅନ୍ୟ ଶଙ୍ଖ ନିଜେ କଦାପି ବ୍ୟବହାର କରନ୍ତୁ ନାହିଁ ।

ହୋଲି ବା ଦୀପାବଳି ଉତ୍ସବ ସମସୟରେ ଘରେ ଶଙ୍ଖ ସ୍ଥାପିତ କରିବା ଶୁଭ ବୋଲି ବିଶ୍ୱାସ କରାଯାଏ । ଶଙ୍ଖ ବଜାଇବା ଦ୍ୱାରା ଘରେ ସକରାକ୍ରମ ଉର୍ଜା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.