fbpx

OAS ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବ ବିଭାଗର ଅତିରିକ୍ତ ସଚିବ କୈଳାସ ଚନ୍ଦ୍ର ନାୟକଙ୍କୁ ପୁରୀ ଏଡିଏମ୍ ଭାବେ ବଦଳି କରାଯାଇଥିବା ବେଳେ ସୁନ୍ଦରଗଡ଼ ପାନପୋଷ ଉପଜିଲାପାଳ ଦୌଲତ ଚନ୍ଦ୍ର ଶେଖରଙ୍କୁ ମୟୂରଭଞ୍ଜ ପିଡି ଡିଆରଡିଏ, ପୁରୀ ଏଡିଏମ୍ ଦିଲୀପ କୁମାର ମହାପାତ୍ରଙ୍କୁ ଏଡିଏମ୍ (ପ୍ରୋଟୋକଲ) ପୁରୀ , ବରଗଡ଼ ଉପଜିଲାପାଳ ଶୁଭେନ୍ଦ୍ର କୁମାର ସାମଲଙ୍କୁ ଟିଇଆଣ୍ଡଏସ୍‌ସିଆରଟିଲ ପ୍ରଶାସନିକ ଅଧିକାରୀ, ସୁନ୍ଦରଗଡ଼ ଉପଜିଲାପାଳ ଅଭିମନ୍ୟୁ ବେହେରାଙ୍କୁ କଳାହାଣ୍ଡି ପିଡି ଡିଆରଡିଏ ଏବଂ ସମ୍ବଲପୁର ଡିଆରଡିଏ ଏପିତି (ପ୍ରଶାସନ) ତନ୍ମୟ କୁମାର ଦରଞ୍ଜନଙ୍କୁ ଢେଙ୍କାନାଳ ପିଡି ତିଆରଡିଏ ଭାବେ ବଦଳି କରାଯାଇଛି।

Get real time updates directly on you device, subscribe now.