fbpx

ରୁଷର ଅସ୍ତ୍ରଶସ୍ତ୍ର ଅଭାବ ସିରିଆରୁ କିଣୁଛି ଯୁଦ୍ଧାସ୍ତ୍ର: ଗୁପ୍ତଚର ରିପୋର୍ଟ

ନୂଆନିଲ୍ଲୀ : ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ପ୍ରାୟ ୬ ମାସ ହୋଇଗଲାଣି । ଏଭଳି ପରିସ୍ଥିତିରେ ରୁଷର ଅସ୍ତ୍ରଶସ୍ତ୍ରର ଅଭାବ ଦେଖାଦେଇଛି । କେତେକ ଗୁପ୍ତଚର ରିପୋର୍ଟରେ ଦର୍ଶାଯାଇଛି ଯେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିବା ପାଇଁ ରୁଷ ବର୍ତ୍ତମାନ ଅନ୍ୟ ଦେଶରୁ ଅସ୍ତ୍ର କିଣୁଛି । ଦୁନିଆର ଅନ୍ୟତମ ଶକ୍ତିଶାଳୀ ଦେଶ ରୁଷ ଅନ୍ୟ ଦେଶ ଆଡକୁ ମୁହାଁଇଛି ।

ରିପୋର୍ଟ ଅନୁଯାୟୀ, ଗତ ମାସ ଶେଷରେ ଏକ ବାଣିଜିକ ଜାହାଜ ସିରିଆରୁ ରୁଷ ଅଭିମୁଖେ ଯାତ୍ରା କରୁଥିବା ଦେଖାଯାଇଥିଲା । ଏହି ଜାହାଜର ନାମ ସ୍ପାର୍ଟା-୨ । ଆମେରିକା ରୁଷ ଉପରେ ପ୍ରତିବନ୍ଧକ ଲଗାଇଛି । ସ୍ପାର୍ଟା-୨ ଉପରେ ନଜର ରଖିଥିବା ୟୁରୋପୀୟ ଗୁପ୍ତଚର ଅଧିକାରୀମାନେ କହିଛନ୍ତି ଯେ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଜାରି ରଖିବା ପାଇଁ ଏହା ରୁଷକୁ ସାମରିକ ଯାନ ପଠାଇଛି । ଏହି ଜାହାଜ ସିରିଆ ଦେଇ ବ୍ଲାକ୍‌ ସାଗରରେ ରୁଷର ନୋଭୋରୋସିସ୍କ ବନ୍ଦରକୁ ଯାଇଥିଲା ।

ୟୁରୋପୀୟ ଗୁପ୍ତଚର ରିପୋର୍ଟରେ ସହମତ ଥିବା ଜଣେ ଅଧିକାରୀ କହିଛନ୍ତି ଯେ ଆମେରିକା ସରକାର ବିଶ୍ୱାସ କରୁଛନ୍ତି ଯେ ରୁଷ ବାଣିଜ୍ୟିକ ଜାହାଜ ପରିବହନ କରୁଛି । ରିପୋର୍ଟରେ କୁହାଯାଇଛି ଯେ ଏଥିରେ ଅତି କମରେ ୧୧ ଟି ଯାନ ଥିଲା ଯାହା ରୁଷର ନୋଭୋରୋସିସ୍କ ବନ୍ଦରରେ ଅପଲୋଡ୍‌ ହୋଇଥିଲା । ତେବେ ଏଥିରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜାହାଜଟି ତୁର୍କୀ ଦେଇ ଯାଇଛି, ଯାହା ନିଜେ ନାଟୋ ସଦସ୍ୟ ଦେଶ ଅଟେ । ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ତୁର୍କୀ ସରକାରଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ ପଚାରିଛନ୍ତି ।

Get real time updates directly on you device, subscribe now.