fbpx
BSKY SKY
BSKY SKY

IAS ଅଧିକାରୀ ସ୍ତରରେ ଅଦଳବଦଳ

BSKY

ରାୟପୁର: ଛତିଶଗଡ଼ ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ସରକାର ୯ କଲେକ୍ଟରଙ୍କ ସମେତ ୨୯ ଅଧିକାରୀଙ୍କୁ ଅଦଳବଦଳ କରିଥିବା ଜଣାପଡ଼ିଛି । କୃଷି ବିଭାଗ ସଚିବ ଅମୃତ କୁମାର ଖଲଖୋଙ୍କୁ ତବାଦଲା ଶ୍ରମ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ରାଜ୍ୟ ଲୋକ ସମ୍ପର୍କ ବିଭାଗ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ସେହିପରି ରାଜନାନ୍ଧଗାଁର ଜିଲ୍ଲାପାଳ ଟୋପେଶ୍ୱର ବର୍ମାଙ୍କୁ ଖାଦ୍ୟ ସଚିବ, ରାୟପୁର ଜିଲ୍ଲାପାଳ ଏସ.ଭାରତୀଦାସନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ, ସହକାରିତା ବିଭାଗ ସ୍ୱତନ୍ତ୍ର ସଚିବ ହିମଶିଖର ଗୁପ୍ତାଙ୍କୁ ରାଜ୍ୟ ସଡ଼କ ବିକାଶ ନିଗମର ଅତିରିକ୍ତ ଦାୟିତ୍ୱ, ଜାଞ୍ଜଗୀର ଚାମ୍ପା କଲେକ୍ଟର ଯଶବନ୍ତ କୁମାରଙ୍କୁ କୃଷି ସଞ୍ଚାଳକ, କୋରିଆ ଜିଲ୍ଲା କଲେକ୍ଟର ସତ୍ୟନାରାୟଣ ରାଠୋରଙ୍କୁ ରେଜିଷ୍ଟ୍ରାର, ବଲରାମପୁର କଲେକ୍ଟର ଶ୍ୟାମ ଲାଲ ଧାବଡ଼େଙ୍କୁ କୋରିଆ ଜିଲ୍ଲା କଲେକ୍ଟର, କୋରବା ଜିଲ୍ଲା କଲେକ୍ଟର କିରଣ କୌଶଲଙ୍କୁ ଖାଦ୍ୟ ସଞ୍ଚାଳକ ଦାୟିତ୍ୱ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.