fbpx

ଶ୍ରୀଲଙ୍କାରେ ବନ୍ୟା: ପ୍ରାଣ ହରାଇଲେଣି ୧୪, ଦୁଇଲକ୍ଷ ପ୍ରଭାବିତ

କଲମ୍ବୋ: ଶ୍ରୀଲଙ୍କାରେ ଶନିବାର ମୁସଲଧାରାରେ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ବର୍ଷା ଗୁରୁବାରଠାରୁ ହିଁ ଆରମ୍ଭ ହୋଇଥିବା ଜଣାପଡିଛି । ଫଳରେ କଲମ୍ବୋ ସମେତ ୧୦ ଜିଲ୍ଲାର ଲୋକେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । କିଛି କିଛି ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଉପୁଜିଥିବା ବେଳେ ଭୂ-ସ୍ଖଳନର ମଧ୍ୟ ସୂଚନା ମିଳିଛି । ବନ୍ୟା ଓ ଭୂ-ସ୍ଖଳନରେ ଦେଶରେ ଏପର୍ୟ୍ୟନ୍ତ ୧୪ ଜଣ ପ୍ରାଣ ହରାଇଥିବା ବିପର୍ୟ୍ୟୟ ପରିଚାଳନା କେନ୍ଦ୍ର ରବିବାର ସୂଚନା ଦେଇଛନ୍ତି । ହେଲେ ଶନିବାର ଦିନ ୨୦ ସେଣ୍ଟିମିଟର୍ ରୁ ଅଧିକ ବର୍ଷା ହୋଇଥିବା ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଦେଶରେ ଗତ ଗୁରୁବାର ଠାରୁ ପ୍ରତିକୂଳ ପାଗ ଲାଗି ରହିଛି । ଖାସ୍ କରି ଶନିବାର ହିଁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଫଳରେ ଜନବସତୀ ଓ କୃଷି କ୍ଷେତ୍ର ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି । ଭୀଷଣ ବର୍ଷାରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୪୫ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଗମନା ଗମନ ପ୍ରଭାବିତ ହୋଇଛି । କେଗାଲେରେ ଏକ ଘର ଉପରେ ମାଟି ଅତଡା ଧସିବା ଯୋଗୁ ପରିବାରର ୪ ଜଣଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ବର୍ଷା ଓ ବନ୍ୟାରେ ଅନୁନ୍ୟ ୮୦୦ ଘର ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି । ୪ ହଜାର ୩ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ଭାରତ ଉପକୂଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପରଠାରୁ ଦ୍ୱୀପ ଦେଶରେ ପାଣିପାଗ ବଦଳିଛି । ବର୍ତ୍ତମାନ ପ୍ରଭାବିତ ଅଞ୍ଚଳ ମାନଙ୍କରେ ଏନଡିଆରଏଫ୍ ଟିମ୍ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି । ପ୍ରଭାବିତ ଜିଲ୍ଲାମାନଙ୍କରେ ବିଜୁଳି ଲାଇନ୍ କଟିଯିବା ଫଳରେ ଦୁଇଲକ୍ଷରୁ ଅଧିକ ଲୋକ ଗ୍ରାହକ ହନ୍ତସନ୍ତ ହେଉଛନ୍ତି ।

Get real time updates directly on you device, subscribe now.