fbpx

Exclusive : ବିପ୍ଳବୀ ନୁହେଁ, ବ୍ଲାକ୍ ମେଲର୍ ! ଭିଡିଓ ରେକର୍ଡିଂ, ଇନଷ୍ଟାଗ୍ରାମ ଚାଟ୍ ଏବଂ ଅଡିଓ କ୍ଲିପ୍ ରୁ ବଡ ଖୁଲାସା ; ଝିଅମାନଙ୍କୁ ବ୍ଲାକମେଲ୍ କରୁଥିଲେ

ନୂଆଦିଲ୍ଲୀୁ : ଶିଖ ଧର୍ମ ବିଷୟରେ ବଡ଼ କଥା କହୁଥିବା ଏବଂ ପଞ୍ଜାବରେ ବିପ୍ଳବ ଆଣିବାକୁ ଚାହୁଁ ଥିବା ୱାରିସ୍ ପଞ୍ଜାବ ଦେ ର ମୁଖ୍ୟ ଅମୃତପାଲ ସିଂ ଅସଲ ଚେହେରା ପଦାରେ ପଡିଛି । ସେ ଝିଅମାନଙ୍କର ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରନ୍ତି । ସେମାନଙ୍କୁ ପ୍ରେମର ଜାଲରେ ଫସାଇ ସେମାନଙ୍କୁ ଧମକ ବି ଦିଅନ୍ତି । କେବଳ ଗୋଟିଏ କିମ୍ବା ଦୁଇଟି ଝିଅ ନୁହେଁ, ଏକାଧିକ ଯୁବତୀଙ୍କ ସହ ସେ ଏପରି କରନ୍ତି ।

ଏହାର ଅର୍ଥ ସେ କୌଣସି ଆଦର୍ଶ ନାହିଁ କିମ୍ବା ସେ ଜଣେ ସାଧୁ ନୁହଁନ୍ତି। ବରଂ ସେ ଏପରି ଜଣେ ବ୍ୟକ୍ତି, ଯିଏ ଭିଡିଓ ତିଆରି କରି ମହିଳାମାନଙ୍କୁ ବ୍ଲାକମେଲ କରନ୍ତି । ଅମୃତପାଲ ସିଂଙ୍କ ଅନେକ ଅଡିଓ କ୍ଲିପ୍ସ ରୁ ଏହା ସ୍ପଷ୍ଟ ହେଉଛି ସେ ଜଣେ ବ୍ୟକ୍ତିଙ୍କୁ କହିଥିବେ ଯେ ତାଙ୍କ ପାଖରେ ଏକ ଝିଅର ଆପତ୍ତିଜନକ ଭିଡିଓ ଅଛି, ଯାହା ସେ ଭାଇରାଲ କରିପାରିବେ ।

ଏହା ବ୍ୟତୀତ, ଅନ୍ୟ ଅଡିଓ କ୍ଲିପ୍ ଗୁଡିକରେ ସେ ଝିଅମାନଙ୍କ ନାମ କହୁଛନ୍ତି । ଯେଉଁମାନେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି, କିନ୍ତୁ ସେ କେବଳ ସେମାନଙ୍କ ସହ କାଜୁଆଲ୍ ସଂପର୍କରେ ଅଛନ୍ତି ଏବଂ ଏହି ଅଡିଓ କ୍ଲିପ୍ ମଧ୍ୟରୁ ଗୋଟିଏରେ ସେ କହିଛନ୍ତି ଯେ ଜଣେ ଝିଅ କାନାଡା ତାଙ୍କର ମଧ୍ୟ ଏକ ସମ୍ପର୍କ ଅଛି ଏବଂ ଏ ତାଙ୍କୁ ବିବାହ କରିବାକୁ ଚାହୁଁଛି । ଜଣେ ଯୁବତୀଙ୍କୁ ଚୁମ୍ବନ ଦେଇଥିବା ଏକ ଭିଡିଓ ଅଛି ଯାହାକୁ ଭାଇରାଲ କରିବେ ବୋଲି ଜଣଙ୍କୁ କହୁଥିବାର ଅଡିଓରେ ଶୁଣିବାକୁ ମିଳିଛି ।

ଏସବୁରୁ ସ୍ପଷ୍ଟ ଅନୁମାନ କରିହେବ ଯେ , ପଞ୍ଜାବକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଚାହୁଁଥିବା ଅମୃତପାଲ ଯିଏ କି ଜଣେ ସାଧୁ ବେଶରେ ବ୍ଲକ୍ ମେଲର । କେବଳ ସେତିକି ନୁହେଁ, ସେ ଭାରତ ଛାଡି ପଳାଇବାକୁ ଚେଷ୍ଟା କରୁଥିଲେ ଏବଂ ସେ ନିଜେ ଡିସେମ୍ବର ୨୦୨୧ ରେ କାନାଡାରେ ଅସ୍ଥାୟୀ କାର‌୍ୟ୍ୟ ଅନୁମତି ପାଇଁ ଆବେଦନ କରିଥିଲେ। ଏକ ନାମାଙ୍କନପତ୍ର ପ୍ରମାଣପତ୍ର ମଧ୍ୟ ଉପଲବ୍ଧ, ଯେଉଁଥିରେ ଲେଖାଯାଇଛି ଯେ ଅମୃତପାଲ ସିଂ କାନାଡାର ଏକ ପ୍ରଦେଶରେ ଟ୍ରକ୍ ଡ୍ରାଇଭର ଚାକିରି ପାଇଁ ଆବେଦନ କରିଥିଲେ । ଅସ୍ଥାୟୀ କାର୍ଯ୍ୟ ପାଇଁ ଅନୁମତି ମାଗିଥିଲେ।

Get real time updates directly on you device, subscribe now.