fbpx
BJD
BJD SKY
BJD SKY

ଭାରତୀୟ ବାୟୁସେନା ‘ଅସ୍ତ୍ରଶକ୍ତି-୨୦୨୩’ରେ ଆକାଶ ୱିପନ ସିଷ୍ଟମର ସଫଳ ପରୀକ୍ଷଣ, ଏକକାଳୀନ ୪ଟି ଲକ୍ଷ୍ୟକୁ କରୁଛି ନଷ୍ଟ

BJD

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ‘ଅସ୍ତ୍ରଶକ୍ତି-୨୦୨୩’ରେ ଆକାଶ ୱିପନ ସିଷ୍ଟମର ପରୀକ୍ଷଣ କରିଛନ୍ତି, ଯାହା ସଫଳ ହୋଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ସୂଚନା ଦେଇ କହିଛନ୍ତି ଯେ ଏହି ୱିପନ ସିଷ୍ଟମ ଗୋଟିଏ ଥରରେ ୪ଟି ଲକ୍ଷ ଭେଦ କରିଛି। ଏପରି ପ୍ରତିରକ୍ଷା କ୍ଷମତା ହାସଲ କରିବାରେ ଭାରତ ବିଶ୍ୱରେ ପ୍ରଥମ ଦେଶ ବୋଲି ଡିଆରଡିଓ କହିଛନ୍ତି।

 

ପରୀକ୍ଷଣ ସମ୍ପର୍କରେ ଅଧିକାରୀମାନେ କହିଛନ୍ତି ଯେ ଅଭ୍ୟାସ କାଳରେ ଗୋଟିଏ ଦିଗରୁ ୪ଟି ଟାର୍ଗେଟ୍ କ୍ଲୋଜ ଫର୍ମେସନରେ ଆସିଥିଲେ ଓ ପୁଣି ପୃଥକ ହୋଇ ଅଲଗା ଅଲଗା ଟାର୍ଗେଟକୁ ଆକ୍ରମଣ କରିବାକୁ ବଢିଥିଲେ।

 

ଅଧିକାରୀମାନେ କହିଛନ୍ତି ଯେ ଆକାଶ ୱିପନ ସିଷ୍ଟମକୁ ଫାୟରିଂ ଲେବୁଲ ରାଡାର, ଫାୟରିଂ କଣ୍ଟ୍ରୋଲ ସେଣ୍ଟର ଓ ୨ଟି ଆକାଶ ଏୟାରଫୋର୍ସ ଲଞ୍ଚ ସହି ମୁତୟନ କରାଯାଇଥିଲା। ଏହି ସବୁ ଲଞ୍ଚରରେ ୫ଟି ମିଜାଇଲ ଲାଗିଥିଲା। ଏହି ଅଭ୍ୟାସ କାଳରେ ସର୍ବ ପ୍ରଥମେ ଏଫଏଲଆର ଆକାଶରେ ଶତ୍ରୁର ସନ୍ଧାନ କରିଥିଲା ଓ ଆକାଶ ଫାୟରିଂ ୟୁନିଟ୍ ସେହି ଲକ୍ଷଗୁଡିକୁ ଆକାଶରେ ନଷ୍ଟ କରିଦେବାକୁ ଆଦେଶ ଦେଇଥିଲା।

Get real time updates directly on you device, subscribe now.