fbpx
BSKY SKY
BSKY SKY

ସାମ୍ନାକୁ ଆସିଲା ଏକଜିଟ୍ ପୋଲ ମତାମତ: ଛତିଶଗଡରେ ପୁଣି କଂଗ୍ରେସ ଆଉ ରାଜସ୍ଥାନରେ ବିଜେପିର ବମ୍ପର ବିଜୟ

BSKY

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନା ସହିତ ୫ ରାଜ୍ୟର ନିର୍ବାଚନ ସରି ଯାଇଛି । ଏବେ ଏହି ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍ ସାମ୍ନାକୁ ଆସିଯାଇଛି । ଏହି ଏକଜିଟ୍ ପୋଲରୁ ଅନୁମାନ ଲଗାଇ ହେବ କି କେଉଁ ରାଜ୍ୟରେ କାହାର ସରକାର ଗଠନ ହେବ । ରାଜସ୍ଥାନ ଓ ଛତିଶଗଡରେ ଏବେ କଂଗ୍ରେସ ସରକାର ରହିଛି । ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ରହିଛି । ଏହି ୩ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ରହିଛି । ସେହିପରି ତେଲେଙ୍ଗାନାରେ କ୍ଷମତାରେ ଥିବା ବିଆରଏସ୍‌କୁ କଂଗ୍ରେସ କଡା ଟକ୍କର ଦେଇଛି । ଏଠାରେ ବିଜେପି ୩ୟ ସ୍ଥାନରେ ରହିଛି । ସର୍ବପ୍ରଥମେ ୭ ନଭେମ୍ବରରେ ଛତିଶଗଡରେ ନିର୍ବାଚନ ହୋଇଥିଲା । ଏହିଦିନ ମିଜୋରାମରେ ବି ଭୋଟିଂ ହୋଇଥିଲା । ଏହାପରେ ୧୭ ତାରିଖରେ ମଧ୍ୟପ୍ରଦେଶରେ ଓ ଛତିଶଗଡରେ ୨ୟ ପର୍ଯ୍ୟାୟ ଭୋଟିଂ ହୋଇଥିଲା । ରାଜସ୍ଥାନରେ ୨୫ ନଭେମ୍ବରରେ ଓ ତେଲେଙ୍ଗାନାରେ ଆଜି ଅର୍ଥାତ୍ ୩୦ରେ ଭୋଟିଂ ହୋଇଛି । ଏହି ସମସ୍ତ ରାଜ୍ୟରେ ଡିସେମ୍ବର ୩ରେ ଫଳାଫଳ ଘୋଷଣା ହେବ । ତେବେ ଏହି କ୍ରମରେ ଆସନ୍ତୁ ଏକଜିଟ୍ ପୋଲ୍ ନିର୍ବାଚନ ଫଳାଫଳକୁ ନେଇ କ’ଣ କହୁଛି ।
ମଧ୍ୟପ୍ରଦେଶ: ଏକଜିଟ୍ ପୋଲ ଅନୁଯାୟୀ ମଧ୍ୟପ୍ରଦେଶରେ ବିଜେପିକୁ ୧୧୮ରୁ -୧୩୦ ସିଟ୍ , କଂଗ୍ରେସକୁ ୯୭ରୁ ୧୦୭ ସିଟ୍ ଓ ଅନ୍ୟାନ୍ୟ ଦଳ ହାତକୁ ୨ ସିଟ୍ ଯିବ ।
ରାଜସ୍ଥାନ: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ସରକାର ଗଢିବାର ସ୍ଥିତିରେ ରହିଛି । ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ୧୧୬ ସିଟ୍ ବିଜେପି ଜିତିବ । ଏହା ବ୍ୟତିତ ୧୧୧ସିଟ୍‌ରେ କଂଗ୍ରେସ କବଜା କରିବ । ସେହିପରି ରାଜସ୍ଥାନରେ କଂଗ୍ରେସ ୭୪ ସିଟ୍ ସହ ବିଦାୟ ନେବ । ବିଜେପି ୧୧୧ ସିଟ୍ ସହ ବମ୍ପର ବହୁମତ ପାଇବ ।
ଛତିଶଗଡ: ଛତିଶଗଡରେ ପୁଣି କଂଗ୍ରେସ ଆସିବ । ଏଠାରେ ବିଜେପିକୁ ମାତ୍ର ୩୯ ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିବ ।

ତେଲେଙ୍ଗାନା: ଏଠାରେ କଂଗ୍ରେସକୁ ୫୬ ସିଟ୍ ମିଳିବ । ବିଆରଏସ୍‌୍ ୨ୟ ସ୍ଥାନରେ ରହିବ ଓ ୪୮ ସିଟ୍ ପାଇବ ।

Get real time updates directly on you device, subscribe now.