fbpx

ରେଷ୍ଟୁରାଣ୍ଟରେ ଖାଉଥିଲେ ମହିଳା, ସାଲାଡ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି: ବଡ଼ ହଙ୍ଗାମା

ନୂଆଦିଲ୍ଲୀ: କିଛି ଲୋକ ଆମିଷ ଖାଇବା ପାଇଁ ବେଶ୍ ପସନ୍ଦ କରିଥାନ୍ତି । ସେହିଭଳି କିଛି ଲୋକ ତୃଣଭୋଜୀ, କେବଳ ନିରାମିଷ ଖାଦ୍ୟ ଖାଇ ଜୀବନ ଅତିବାହିତ କରିଥାନ୍ତି । କୌଣସି ନିରାମିଷ ଖାଉଥିବା ବ୍ୟକ୍ତିଙ୍କୁ ଅଜାଣତରେ ଆମିଷ ଖାଇବାକୁ ଦିଆଯାଏ, ତେବେ ସେ ଖୁବ ଜୋରରେ ରାଗିଯିବା ସ୍ୱାଭାବିକ କଥା । କିନ୍ତୁ କିଛି ଦିନ ତଳେ ଏକ ରେଷ୍ଟୁରାଣ୍ଟରେ ଘଟିଯାଇଛି ଏଭଳି ଏକ ଅଜବ ଘଟଣା । ଜଣେ ମହିଳା ଖାଉଥିବା ସାଲାଡରେ ତାଙ୍କୁ ହଠାତ୍ ଜଣେ ମଣିଷର କଟା ଆଙ୍ଗୁଠି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସେ ଖୁବ ଜୋରରେ ରାଗି ଯାଇଥିଲେ ।

ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଜାଣିବାକୁ ମିଳିଛି । ରିପୋର୍ଟ ଅନୁସାରେ, ଗ୍ରୀନୱିଚରେ ରହୁଥିବା ଏଲିସନ୍ କୋଜି ନାମକ ଜଣେ ମହିଳା ନ୍ୟୁୟର୍କର ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ଚାପ୍ଟ’ରେ ଖାଉଥିବା ବେଳେ ଏକ ସାଲାଡ ଅର୍ଡର କରିଥିଲେ । କିନ୍ତୁ ସାଲାଡ ସାଙ୍ଗରେ ତାଙ୍କୁ ଦିଆଯାଇଥିଲା କିଛି ଅଜବ ଜିନିିଷ । ସାଲାଡ ଭିତରେ ମଣିଷର କଟା ଆଙ୍ଗୁଠି ପରସି ଦେଇଥିଲେ ରେଷ୍ଟୁରାଣ୍ଟର କର୍ମଚାରୀ । ତେବେ ସେ ଏହାକୁ ଚୋବାଇବା ବେଳେ ତାଙ୍କୁ ଅଜବ ଲାଗିବାରୁ ସେ ଏହାକୁ ଦେଖିଥିଲେ ।

ତେବେଏ ମାମଲା ନେଇ ମହିଳାଜଣକ ରେଷ୍ଟୁରାଣ୍ଟ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ଅଭିଯୋଗରେ କୋଜି କହିଛନ୍ତି ଯେ, ସାଲାଡ ଖାଇବା ବେଳେ ସେ ଅନୁଭବ କରିଥିଲେ ଯେ, ସେ ସାଲାଡ ବଦଳରେ କିଛି ଅଲଗା ଜିନିଷ ଖାଉଛନ୍ତି । ତେବେ ଏହାକୁ ଦେଖିବା ପରେ ସେ ସାଲାଡ ଭିତରୁ ମଣିଷର ଏକ କଟା ଆଙ୍ଗୁଠି ପାଇଛନ୍ତି । ଯାହାକୁ ଦେଖି ତାଙ୍କୁ ପାନିକ୍ ଆଟାକ ମଧ୍ୟ ଆସିଥିବା କୋଜି ଅଭିଯୋଗ କରିଛନ୍ତି । ତେବେ ଏହି ସାଲାଡ ଖାଇବା ପରେ ତାଙ୍କ କାନ୍ଧ ଏବଂ ବେକରେ ଯନତ୍ରଣା ଅନୁଭବ କରୁଥିବା ମଧ୍ୟ କହିଛନ୍ତି କୋଜି । ତେବେ ତାଙ୍କର ଅଭିଯୋଗ ପରେ ସମ୍ପୃକ୍ତ ରେଷ୍ଟୁରାଣ୍ଟ ଉପରେ ୯୦୦ ଡଲାରର ଜରିମାନା ଲାଗୁ କରାଯାଇଛି ।

Get real time updates directly on you device, subscribe now.