fbpx

ଏହି ଗାଁରେ ପ୍ରତି ପୁରୁଷ ୨ଟି ବିବାହ କରିବାକୁ ବାଧ୍ୟ, କାରଣ ଜାଣିଲେ ଆପଣ ହୋଇଯିବେ ଚକିତ

Advertisement

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ବେଶ୍ ଉନ୍ନତି କରିଛି । ଲୋକମାନେ ଏବେ ପୂର୍ବାପେକ୍ଷା ବହୁତ ଅଗ୍ରଗତି କଲେଣି । ବିଜ୍ଞାନ ବଳରେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ବି ଦୂରୀଭୂତ ହେଲାଣି । କିନ୍ତୁ ଏବେବି ଦେଶରେ ଏପରି ବହୁ ସଂପ୍ରଦାୟର ଲୋକ ରହିଛନ୍ତି ଯେଉଁମାନେ ଯୁଗ ସହ ନିଜକୁ ବଦଳାଇବାକୁ ଚାହୁଁନାହାନ୍ତି । ଆଜି ବି ସେମାନେ ଶହ ଶହ ବର୍ଷ ପୁରୁଣା ପରମ୍ପରାକୁ ଜାବୁଡି ଧରିଛନ୍ତି । ଏହିପରି କିଛି ଚିତ୍ର ଦେଖିବାକୁ ମିଳିଛି ରାଜସ୍ଥାନ ଜୈସାଲମେର ରାମଦେୟୋ ଗ୍ରାମରେ ।

ଭାରତରେ ଆଇନତଃ କେବଳ ଗୋଟିଏ ବିବାହ ବୈଧ ହୋଇଥିବା ବେଳେ ଏହି ଗ୍ରାମରେ କିନ୍ତୁ ପ୍ରତି ପୁରୁଷ ୨ଟି ବିବାହ କରିଥାଏ । ସାଧାରଣତଃ କୌଣସି ମହିଳା ନିଜର ସଉତୁଣୀକୁ ସହ୍ୟ କରିପାରନ୍ତି ନାହିଁ । କୌଣସି ବି ପତ୍ନୀ ନିଜ ପତିଙ୍କର ଅବୈଧ ସଂପର୍କ ବିଷୟରେ ସୁରାକ ପାଇଲେ ମହାଭାରତ ସୃଷ୍ଟି କରିଥାଏ । କିନ୍ତୁ ଏହି ଗାଁରେ ଏପରି କିଛି ହୋଇ ନ ଥାଏ । ଏଠାରେ ପ୍ରଥମ ପତ୍ନୀ ହିଁ ନିଜ ସଉତୁଣୀକୁ ହସି ହସି ସ୍ୱାଗତ କରିଥାଏ । ଏପରିକି ସୁହାଗ ରାତିର ପ୍ରସ୍ତୁତି ବି ପ୍ରଥମ ପତ୍ନୀ କରିଥାଏ । ଏହାପରେ ସେ ତା’ ସହିତ ସାରା ଜୀବନ ଭଉଣୀ ପରି ରହିଥାଏ ।

ତେବେ ଏହା ପଛରେ ଅଜବ କାରଣ ବି ରହିଛି । ବିଶ୍ୱାସ କରାଯାଏ କି ଯେଉଁ ପୁରୁଷ ଗୋଟିଏ ବିବାହ କରେ ତା’ର ପତ୍ନୀ କେବେ ଗର୍ଭବତୀ ହୋଇ ନ ଥାଏ । ଯଦି ବି ଭୁଲ୍‌ରେ ତାଙ୍କର ସନ୍ତାନ ହୋଇଥାଏ ତେବେ କେବଳ କନ୍ୟା ହିଁ ହୋଇଥାଏ । ଏପରି ସ୍ଥିତିରେ ନିଜ ବଂଶ ରକ୍ଷା ଲାଗି ଏଠାରେ ସବୁ ପୁରୁଷ ୨ଟି ବିବାହ କରିଥାନ୍ତି ।

Get real time updates directly on you device, subscribe now.