fbpx
BJD SKY
BJD SKY

Big Breaking: ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା A+ ମାନ୍ୟତା

BJD

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟକୁ .. ମାନ୍ୟତା ମିଳିବା ଖବର ସାମ୍ନକୁ ଆସିଛି । ଏହି A+ ମାନ୍ୟତା ନାକ୍ ପ୍ରଦାନ କରିଛି । ନାକ୍ ଟିମର ପୁନଃ ଅନୁଧ୍ୟାନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏହି ମନ୍ୟତା ମିଳିଛି । ଚଳିତ ବର୍ଷ ମେ ୧ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ନକର A+ ମାନ୍ୟତାରୁ ଖସି A ରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ବର୍ତ୍ତମାନ ନାକ୍ ଟିମର ଅନେକ ତଦନ୍ତ ପରେ ପୁଣି A+ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି ।

ସୂଚନା ଅନୁଯାୟୀ, ୨୦୧୬ ମସିହାରେ ୩.୫୩ ସ୍କୋର ସହ ଏ+ ମାନ୍ୟତା ପାଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ତେବେ ଚଳିତ ବର୍ଷ ଏପ୍ରିଲ ମାସରେ ନାକ୍ ଟିମ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ମାନ୍ୟତା ଖସିଥିଲା । ବର୍ତ୍ତମାନ A+ ମାନ୍ୟତା ପୁଣି ପାଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ମଧ୍ୟରେ ଖୁସି ଉଜ୍ଜୀବିତ ହୋଇଛି ।

ଗତ ୨୫ ନଭେମ୍ବର ଦିନ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ NAAC ପକ୍ଷରୁ A++ ମାନ୍ୟତା ମିଳିଥିଲା । ଏନେଇ ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (ନାକ୍‌) ଘୋଷଣା କରିଥିଲା ।ନାକ୍‌ର ଏକ ୫ ଜଣିଆ ଟିମ୍ ଗତ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଧ୍ୟାନ କରିଥିଲେ। ଏହା ପରେ ଶେଷରେ ଆଜି ରେଭେନ୍ସାକୁ A++ ମାନ୍ୟତା ପ୍ରଦାନ କରାଯାଇଛି।

Get real time updates directly on you device, subscribe now.