fbpx
BJD SKY
BJD SKY

ଅଟା, ଡାଲି, ଚାଉଳ, ତେଲ ଏପରି ୧୩ଟି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ୧୦ ବର୍ଷ ପୂର୍ବେ କେତେ ଥିଲା ଏବେ କେତେ ଅଛି, ଜାଣନ୍ତୁ ମହଙ୍ଗା ମାଡ଼ର ଡିଟେଲ୍ସ ରିପୋର୍ଟ

BJD

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ରହିଛି । ଅଟା, ଡାଲିଠାରୁ ଆରମ୍ଭ କରି ପେଟ୍ରୋଲ, ଖାଇବା ତେଲ ପର୍ଯ୍ୟନ୍ତ ସବୁ ହୋଇଯାଇଛି ମହଙ୍ଗା । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଦେଶରେ ଦିନକୁ ଦିନ ମୁଦ୍ରାସ୍ଫୀତି ହାର ବଢ଼ିବାରେ ଲାଗିଛି । ଆପଣମାନେ ଜାଣିଛନ୍ତି କି ଆଜକୁ ୧୦ ପୂର୍ବେ ଦେଶରେ ଅଟା କିଲୋ ୨୨.୪୮ ଟଙ୍କା ଥିଲା । ମାତ୍ର ଆଜି ବଜାରେ ଅଟା କିଲୋ ୩୨.୯୧ ଟଙ୍କାରେ ବିକ୍ରି ହେଉଛି ।

ତେବେ ମହଙ୍ଗାକୁ ନେଇ ଏକ୍ସପର୍ଟମାନେ ମତ ଦେଇଛନ୍ତି ଯେ, ଦେଶରେ ଗହମର ଉତ୍ପାଦନ ହ୍ରାସ ପାଇବା ସହ ଷ୍ଟକ କମିବାରେ ଲାଗିଛି । ତେଣୁ ବିଦେଶୀ ଗହମର ଡିମାଣ୍ଡ ବଢ଼ିବାରେ ଲାଗିଛି । କେବଳ ଅଟା ନୁହେଁ, ଡାଲି, ଚାଉଳ, ତେଲ, ଲୁଣ ମଧ୍ୟ ମହଙ୍ଗା ହେବାରେ ଲାଗିଛି । ୧୦ ବର୍ଷ ପୂର୍ବରୁ ୧ କିଲୋ ଚାଉଳର ମୂଲ୍ୟ ୨୫.୪୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ବଜାରରେ କିଲୋ ପିଛା ୩୬.୦୭ ଟଙ୍କାରେ ବିକ୍ରି ହେଉଛି । ସେହିପରି ୧୦ ବର୍ଷ ମଧ୍ୟରେ ତେଲ ଦର ୪୩ ପ୍ରତିଶତ ବୃଦ୍ଧି ପାଇଛି ।

୨୦୧୩ ମସିହା ମେ ମାସ ୯ ତାରିଖଠାରୁ ୨୦୨୨ ମସିହା ମେ ମାସ ୯ ତାରିଖ ମଧ୍ୟରେ ୧୩ଟି ଜରୁରୀ ସାମଗ୍ରୀର ମୂଲ୍ୟ ବହୁମାତ୍ରାରେ ବୃଦ୍ଧି ପାଇଛି । ଏହି ୧୦ ବର୍ଷ ମଧ୍ୟରେ ଚାଉଳ ୨୫.୪ରୁ ୩୬.୦୭ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଗ୍ରାମ ଡାଲି ୫୫.୮୪ରୁ ୭୪.୭୪, ତୁଅର ଡାଲ ୬୯.୪୨ରୁ ୧୦୮.୮୪, ଓଡ଼ଦ ଡାଲ ୫୭.୬୨ରୁ ୧୦୫.୦୨, ମୁଗ ଡାଲି ୭୩.୬୮ରୁ ୧୦୩.୦୧, ମସୁର ଡାଲି ୫୪.୮୨ରୁ ୯୬.୭୭, ମୁଙ୍ଗଫଲୀ ତେଲ ୧୩୧.୧୧ରୁ ୧୮୭.୧୧, ସୋରିଷ ତେଲ ୧୦୦.୮୮ରୁ ୧୮୫.୫୨, ବରସ୍ପତି ତେଲ ୭୧.୪୯ରୁ ୧୬୩.୪୫, ସୋୟାବିନ ତେଲ ୮୫.୭୮ରୁ ୧୭୦.୩୩, ସୂର୍ଯ୍ୟମୁଖୀ ତେଲ ୯୮.୩୮ରୁ ୧୯୨.୩୪, ପାମ ଅଏଲ ୬୬.୩୮ରୁ ୧୫୯.୫୧, ଲୁଣ ୧୩.୫୯ରୁ ୧୯.୨୧ ଟଙ୍କାକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.