fbpx

ଭିଜିଲାନ୍ସ ଜାଲରେ ଫରେଷ୍ଟର: ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ…

କଣ୍ଟାବାଞ୍ଜି(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ଅନେକ ଦୁର୍ନୀତିଖୋର୍ ଅଧିକାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଲେ ଫରେଷ୍ଟର । ସିନେ୍ଧକେଲା ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଧରିଛି ଭିଜିଲାନ୍ସ । ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଥିବା ଜଣାପଡିଛି ।

ଏହି ମାମଲାକୁ ନେଇ ହରିହରଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେବେ ସମ୍ପତ୍ତି ଜବତ ହୋଇଛି, ତାହାର କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.