fbpx
BJD SKY
BJD SKY

Call Recording ଥିବା ସମସ୍ତ Android App କାଲିଠରୁ ବନ୍ଦ ହୋଇଯିବ, ଲାଗୁ ହେବାକୁ ଯାଉଛି Google Play Storeର ନୂଆ ପଲିସୀ

BJD

ନୂଆଦିଲ୍ଲୀ: ଆପଣମାନେ ଯଦି ଆଣ୍ଡ୍ରଏଡ ଫୋନରେ କଲ ରେକର୍ଡିଂ ଆପ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଆସନ୍ତାକାଲିଠାରୁ କଲ୍ ରେକର୍ଡିଂ ଥିବା ସମସ୍ତ ଆଣ୍ଡ୍ରଏଡ୍ ଆପ୍ ବନ୍ଦ ହୋଇଯିବ । ଟ୍ରୁକଲରରେ ମଧ୍ୟ ଏହିି ଫିଚର ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତାକାଲିଠାରୁ ଗୁଗଲର ପ୍ଲେ ଷ୍ଟୋର ପଲିସୀରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ ।

ଏହ ପଲିସୀ ଲାଗୁ ହେବା ଫଳରେ ଆଣ୍ଡ୍ରଏଡ ଫୋନରେ କଲ୍ ରେକର୍ଡିଂ ଆପ ବନ୍ଦ ହୋଇଯିବ । ଅର୍ଥାତ କୌଣସି ଥାର୍ଡ ପାର୍ଟିର କଲ ରେକର୍ଡିଂ ଆପଣ ନିଜ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ କରିପାରିବେ ନାହିଁ । ତେବେ ସୁରକ୍ଷା କାରଣରୁ କମ୍ପାନୀ ଏହି ପଦକ୍ଷେପ ନେଉଥିବା ଜଣାପଡ଼ିଛି । କଲ ରେକର୍ଡିଂ ଆପଗୁଡ଼ିକ ୟୁଜର୍ସଙ୍କଠାରୁ ସମସ୍ତ ପରମିଶନ ନେଇ ଖରାପ ଫାଇଦା ଉଠାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ତେବେ ଯେଉଁ ଫୋନରେ ପୂର୍ବରୁ କଲ ରେକର୍ଡିଂ ପଙ୍କସନାଲିଟି ଦିଆଯାଇଛି, ତାହା କାର୍ଯ୍ୟ କରିବ । ଯଦି ଆପଣଙ୍କ ଫୋନରେ ଇନବିଲ୍ଟ କଲ ରେକର୍ଡିଂ ଆପ ଦିଆଯାଇଛି, ତେବେ ସେଥିପାଇଁ ଆପଣ ଚିନ୍ତା କରିବା ଦରକାର ନାହିଁ, ତାହା ପୂର୍ବ ପରି କାମ କରିବ । ସାଧାରଣ ଭାବେ ସାମସଙ୍ଗ, ଭିଭୋ, ରିୟଲମି ଓ ଅନ୍ୟ କିଛି କମ୍ପାନୀର ଫୋନରେ ଇନବିଲ୍ଟ କଲ ରେକର୍ଡିଂ ଆପ୍ ଫିଚର ସହ ଆସିଥାଏ ।

Get real time updates directly on you device, subscribe now.