fbpx

ମାତ୍ର ଅଧ ଘଣ୍ଟାରେ ନିଅନ୍ତୁ କାର୍ ଲୋନ୍: HDFC ବ୍ୟାଙ୍କ ଆରମ୍ଭ କଲା ଏହି ସୁବିଧା

ନୂଆଦିଲ୍ଲୀ: ଫାଇନାନ୍ସରେ କାର୍ କିଣିବାକୁ ଇଚ୍ଛା କରୁଥିବା ଲୋକଙ୍କ ପାଇଁ ନୂଆ ସୁବିଧା ଆଣିଛି ଦେଶର ସବୁଠାରୁ ବଡ଼ ପ୍ରାଇଭେଟ୍ ବ୍ୟାଙ୍କ HDFC । ଏହା ଅଧିନରେ କେବଳ ୩୦ ମିନିଟରେ ଗ୍ରାହକଙ୍କୁ କାର୍ ଲୋନ୍ ମିଳିଯିବ । ଏହି ସୁବିଧା ଯୋଗୁଁ ଲୋକମାନେ ଅତି ସହଜରେ କାର୍ କିଣିବା ସହ ଅଧିକ ମାତ୍ରାରେ କାର୍ ବିକ୍ରି ହେବାର ଆଶଙ୍କା କରାଯାଉଛି ।

ତେବେ HDFC ବ୍ୟାଙ୍କ ପକ୍ଷରୁ ‘ଏକ୍ସପ୍ରେସ କାର୍ ଲୋନ୍’ ସୁବିଧା ଆରମ୍ଭ ହୋଇଛି । ବ୍ୟାଙ୍କର ପୁରୁଣା ଓ ନୂଆ ଗ୍ରାହକଙ୍କ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରକ୍ରିୟା ଡିଜିଟାଲ ହେବ । ଏଥିପାଇଁ ଏଚଡିଏଫସି ବ୍ୟାଙ୍କ ସମଗ୍ର ଦେଶରେ କାର ଡିଲରମାନଙ୍କ ସହ ଲୋନ୍ ଆପ୍ଲିକେସନକୁ ଇଣ୍ଟ୍ରିଗ୍ରେଟ କରିଛି ।

ଏହି ସୁବିଧା ଯୋଗୁଁ କାର୍ ଫାଇନାନ୍ସରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିବ ବୋଲି ବ୍ୟାଙ୍କ ଆଶା କରୁଛି । କୁହାଯାଉଛି ଯେ, ଆଗାମୀ ୫ରୁ ୭ ବର୍ଷରେ ଭାରତୀୟ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋଟିକ୍ ଇଣ୍ଡଷ୍ଟ୍ରି ହୋଇଯିବ । ଦେଶରେ ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କାର ବିକ୍ରିକୁ ସହଜ କରି ଏହି ସୁବିଧା କାର ବିକ୍ରିକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ପ୍ରାରମ୍ଭରେ ପ୍ରାୟ ୨୦-୩୦ ପ୍ରତିଶତ ଗ୍ରାହକ ଏହି ସୁବିଧାର ଲାଭ ଉଠାଇପାରିବେ ।

 

Get real time updates directly on you device, subscribe now.