fbpx

୧୦ ହଜାର ବର୍ଷ ପର୍ଯ୍ୟନ୍ତ ପୃଥିବୀରେ ରହିବନି ବିଜୁଳିର ଅଭାବ, ଚନ୍ଦ୍ରପୃଷ୍ଠରୁ ଆସିବ ବିଜୁଳି ଶକ୍ତି

Advertisement

ନୂଆଦିଲ୍ଲୀ: ଚନ୍ଦ୍ର ଓ ମଣିଷ ମଧ୍ୟରେ ବହୁତ ନିବିଡ ସଂପର୍କ ରହି ଆସିଛି । ଏଇଥିପାଇଁ ତ ଧରାପୃଷ୍ଠରେ ସମସ୍ତେ ଚନ୍ଦ୍ରକୁ ଜହ୍ନମାମୁଁ କହିଥାନ୍ତି । ଏହା ବ୍ୟତିତ ପୃଥିବୀ ପୃଷ୍ଠରେ ବହୁ ମାନବୀୟ କାର୍ଯ୍ୟକଳାପ ଚନ୍ଦ୍ର ଉପରେ ପ୍ରଭାବ ପକାଇଥାଏ । କିନ୍ତୁ ଏବେ ଏପରି ଏକ ଖବର ଆସିଛି ଯାହା ଆପଣଙ୍କୁ ସବୁଠାରୁ ଅଧିକ ଖୁସି କରିଦେବ । ଆଗକୁ ଆମ ଜହ୍ନମାମୁଁ ପୃଥିବୀରେ ରହୁଥିବା ଲୋକଙ୍କ ଲାଗି ଲାଇଫ୍ ସେଭର ପାଲଟିଯିବ । ଜଣେ ଭୂଗୋଳ ବିଶେଷଜ୍ଞ କହିଛନ୍ତି ଚନ୍ଦ୍ର ପୃଥିବୀ ପୃଷ୍ଠରେ ହେଉଥିବା ବିଦ୍ୟୁତ ଶକ୍ତିର ଅଭାବକୁ ଦୂର କରିବାରେ ବେଶ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବ ।

ଟିମ୍ ମାର୍ଶଲ ନାମକ ଏହି ବିଶେଷଜ୍ଞ ଏ ପର୍ଯ୍ୟନ୍ତ ମହାକାଶ ଓ ଚନ୍ଦ୍ର ଉପରେ ବହୁ ପୁସ୍ତକ ଲେଖି ସାରିଲେଣି । ଟିମ୍ କହିଛନ୍ତି ଚନ୍ଦ୍ରପୃଷ୍ଠ ମାନବ ଲାଗି ବରଦାନ ସାବ୍ୟସ୍ତ ହେବ । ସେ କହିଛନ୍ତି ଚନ୍ଦ୍ରପୃଷ୍ଠରେ ଏପରି ଧାତୁ ରହିଛି ଯାହାର ଉପଯୋଗରେ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇପାରିବ । ନିଜର ନୂଆ ପୁସ୍ତକ ‘ଦି ଟାଇମ୍ସ’ରେ ଟିମ୍ ଲେଖିଛନ୍ତି ସେହି ଧାତୁ ପୃଥିବୀ ପୃଷ୍ଠରେ ବହୁ କମ୍ ମାତ୍ରାରେ ମିଳିଥାଏ ଯାହା ଚନ୍ଦ୍ରପୃଷ୍ଠରେ ଅଧିକ ମାତ୍ରାରେ ରହିଛି । ଏହାର ଖନନ ଦ୍ୱାରା ପୃଥିବୀ ପୃଷ୍ଠରେ ବିଜୁଳି ସମସ୍ୟା ଦୂର ହେବ ।

ଚୀନ୍ ଲୁନାର ଏକ୍ସପ୍ଲୋରେସନ ପ୍ରୋଗ୍ରାମର ମୁଖ୍ୟ ବୈଜ୍ଞାନିକ ଓୟାଙ୍ଗ ଜିୟୁଆନ କହିଛନ୍ତି ଯଦି ଚନ୍ଦ୍ରପୃଷ୍ଠରୁ ଏପରି ଧାତୁ ମିଳିଯିବ ଯାହା ବିଜୁଳି ଉତ୍ପାଦନରେ ସହାୟକ ହୋଇଥାଏ ତେବେ ପୃଥିବୀ ପୃଷ୍ଠରେ ଆଗାମୀ ୧୦ ହଜାର ବର୍ଷ ପର୍ଯ୍ୟନ୍ତ ବିଜୁଳିର ବ୍ୟବସ୍ଥା ହୋଇଯିବ । ଆମେରିକାର ଯୋଜନା ମୁତାବିକ ୨୦୨୫ରେ ସେ ଚନ୍ଦ୍ରକୁ ଜଣେ ମହିଳା ଓ ପୁରୁଷଙ୍କୁ ପଠାଇବ । ଅନ୍ୟପକ୍ଷରେ ଅଧାରୁ ଅଧିକ ଆମେରିକୀୟ ଚାହାନ୍ତି କି ୨୦୩୦ ପୂର୍ବରୁ ଚନ୍ଦ୍ରପୃଷ୍ଠର ଖନନ ହେଉ ବୋଲି ।

Get real time updates directly on you device, subscribe now.