fbpx
BJD SKY
BJD SKY

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ଜିଅନ୍ତା ଜଳି ୭ ମୃତ, ୧୦ ଗୁରୁତର

BJD

ଉନା: ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ବଡ଼ ବିସ୍ଫୋରଣ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଉନା ଜିଲ୍ଲାରର ତାହଲିୱାଲ ସ୍ଥିତ ଗୋଦାମରେ ହୋଇଥିବା ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ବିସ୍ଫୋରଣରେ ସେମାନେ ଜିଅନ୍ତା ଜଳିଯାଇଥିଲେ । ଏହା ବ୍ୟତୀତ ୧୦ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ ଉନା ମେଡିକାଲରେ ଭର୍ତ୍ତି କରାଯାଇଛି । ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ଉନା ଜିଲ୍ଲାର ତାହଲିୱାଲ ଶିଳ୍ପାଞ୍ଚଳରେ ଏହି ବାଣ ଗୋଦାମଟି ରହିଛି । ସବୁଦିନ ଭଳି ଆଜି ମଧ୍ୟ ଏଠାରେ ଶ୍ରମିକମାନେ କାମ କରୁଥିଲେ । ତେବେ କୌଣସି କାରଣ ବଶତଃ ମଧ୍ୟାହ୍ନରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଏହାପରେ ଗୋଦାମରେ ନିଆଁ ଲାଗି ଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୋଦାମରେ ଲାଗିଥିବା ନିଆଁକୁ ଲିଭାଇବା ସହିତ ଲୋକଙ୍କୁ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.