fbpx

ତିନିଦିନ ପୂର୍ବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଲୋକଟି ଆଜି ହଠାତ୍ ମରିଗଲା କିପରି, କ’ଣ କହୁଛନ୍ତି ପରିବାର ଲୋକେ (See Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟର ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ କଏଦୀଙ୍କର ଆଜି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ଉକ୍ତ କଏଦୀଙ୍କର ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ଏନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି କଏଦୀଙ୍କର ନିକଟ ସମ୍ପର୍କୀୟମାନେ ।

ଏନେଇ ମୃତ କଏଦୀଙ୍କର ଭାଇ କହିଛନ୍ତି ଯେ, ତିନିଦିନ ପୂର୍ବେ ମୁଁ ମୋ ଭାଇଙ୍କ ସହ ଦେଖା କରିଥିଲି । ସେ ସମୟରେ ମୋ ଭାଇ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିଲେ । ମାତ୍ର ଆଜି ଭାଇଙ୍କ ମୃତ୍ୟୁ ଘଟିଥିବା ନେଇ ପୋଲିସ ଫୋନ କରି ଜଣାଇଥିଲା । ତିନି ଦିନ ପୂର୍ବରୁ ଜଣେ ଲୋକ ସୁସ୍ଥ ଥିଲା, ଆଜି ହଠାତ୍ କେମିତି ମରିପାରିବ? ଏହା ଭିତରେ ନିଶ୍ଚିତ କିଛି ଷଡ଼ଯନ୍ତ୍ର ରହିଛି ।

ସେହିପରି ଏନେଇ ତାଙ୍କର ପୁଅ କହିଛନ୍ତି ଯେ, ବାପା ସପ୍ତାହକୁ ଥରେ ଫୋନ୍ କରି ଆମ ସହ କଥା ହୁଅନ୍ତି । କେବେ ଯଦି କିଛି ଟଙ୍କା ଦରକାର ପଡ଼େ, ଆମକୁ ପଠାଇବାକୁ କୁହନ୍ତି । ବାପାଙ୍କ ମୃତ୍ୟୁ ଖବର ଥାନାବାଲା ସିଧାସଳଖ ଆମକୁ ଜଣାଇନଥିଲେ । ଆଉ ଦୁଇଜଣ ଲୋକ ଆସି ଆମକୁ ବାପାଙ୍କ ମୃତ୍ୟୁ ବିଷୟରେ ଖବର ଦେଇଥିଲେ । ସୂଚନାଯୋଗ୍ୟ ଯେ, ଗତ ମାସରେ ମଧ୍ୟ ଝାରପଡ଼ାରେ ଜେଲରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.