fbpx

ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫%ରୁ ଅଧିକ ମତଦାନ: ନିର୍ବାଚନୀ ହିଂସାରେ ଆଉ ଜଣେ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ୪୫%ରୁ ଅଧିକ ମତଦାନ ହୋଇଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘କୌଣସି ସ୍ଥାନରେ ଗଣ୍ଡଗୋଳ ହୋଇନି । କେନ୍ଦ୍ରାପଡ଼ାର ଗୋଟିଏ ବୁଥରେ ମତଦାନ ବନ୍ଦ ରହିଛି । ବାଲଟ ପେପରରେ ତ୍ରୁଟି ଯୋଗୁଁ ମତଦାନ ବନ୍ଦ ରହିଛି ।’

ଅନ୍ୟପଟେ ଭଦ୍ରକର ଧାମନଗର ଅଞ୍ଚଳରେ ଭୟଙ୍କର ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ହୋଇଛି ଗୋଷ୍ଠୀ ସଂଘର୍ଷ । ଏଥିରେ ପ୍ରତାପ ଚନ୍ଦ୍ର ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ପ୍ରଚାରକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଉତେଜନା ଦେଖା ଦେଇଥିଲା ।

Get real time updates directly on you device, subscribe now.