fbpx

ମାସିକ ପାରିତୋଷିକ ହ୍ରାସ: ଏଣିକି ତପସ୍ୱିନୀଙ୍କୁ ମିଳିବ ୧୦ ହଜାର ଟଙ୍କା

କଟକ(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତଙ୍କ ବିବାହ ବିବାଦ ମାମଲାରେ ଆସିଛି ଅପଡେଟ । ସୁମିତଙ୍କ ପକ୍ଷରୁ ତପସ୍ୱିନୀଙ୍କୁ ଦିଆଉଥିବା ମାସିକ ପାରିତୋଷିକ ହ୍ରାସ କରାଯାଇଛି । ମାସିକ ୧୭ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି । ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବାକୁ ସୁମିତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ ଅପିଲ ଥିଲା । ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଟଙ୍କ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୁଘରେ ରହିବେ ବୋଲି କୋର୍ଟ କହିଛନ୍ତି । ଏନେଇ ତପସ୍ୱିନୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ମାନଓ ଚାନ୍ଦ ସୂଚନା ଦେଇଛନ୍ତି ।

ପୂର୍ବରୁ ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ଡାକ୍ତର ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସୁମିତ । ଏହା ସହ ପୂର୍ବରୁ ତପସ୍ୱିନୀ ନିଜ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ କିଛି ମହିଳା ସୁମିତଙ୍କ ଘରର ମେଟ୍ ଗେଟକୁ ଜୋରଜବରଦସ୍ତି ଭାଙ୍ଗି ଦେଇଥିଲେ । ଏହି ମାମଲାରେ ସୁମିତଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ତେଣୁ ବାଧ୍ୟ ହୋଇ ସେ ହାଇକୋର୍ଟରେ ମାମଲା ଦାୟର କରିଥିଲେ ।

Get real time updates directly on you device, subscribe now.