fbpx
BSKY
BJD MC SKY
BJD YOUTH SKY

ସାଉଦି ଆରବର ଗୋଳାବାରୁଦ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ସାଉଦି ଆରବର ରାଜଧାନୀ ରିୟାଦର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଏକ ଗୋଳାବାରୁଦ ଡମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛିି । ଏହି ସେଣ୍ଟରର ବ୍ୟବହାର କରାଯାଉନଥିବା ବେଳେ ବିସ୍ଫୋରଣକୁ ନେଇ ସାଉଦି ରାଜ୍ୟ ଟେଲିଭିଜନ ଆଜି ଘଟଣାକୁ ନେଇ ସୂଚନା ଦେଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଖାର୍ଜ ପାଖରେ ନିଆଁ ସହିତ ଧୂଆ ବାହାରୁଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ଟିଭି ରିପୋର୍ଟରେ କୁହାଯାଇଛି । କିନ୍ତୁ ଏହା ଦୁର୍ଘଟଣା ଥିଲା କି ଆକ୍ରମଣ ବୋଲି ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି ।

 

ତେବେ ଖାର୍ଜ ପ୍ରିନ୍ସ ସୁଲତାନ ଏୟାର ବେସର ଅତି ନିକଟରେ ରହିଛି, ଯେଉଁଠାରେ ଆମେରିକାର ମିଲିଟାରୀଙ୍କର ସାମରିକ ବେସ ଅଛି । ଏପର୍ଯ୍ୟନ୍ତ ଆମେରିକାର ସୁରକ୍ଷା ବାହିନୀ ଏହି ଘଟଣା ସମ୍ପର୍କରେ କୌରସି ମତ ଦେଇନାହାନ୍ତି । ଏହା ପ୍ରଥମ ନୁହେଁ, ଅତୀତରେ ବି ଏଭଳି ଘଟଣା ସାମ୍ନାକୁ ଆସିଛି । ଅଧିକାଂଶ ଆକ୍ରମଣ ୟମେନର ହଉଥି ବିଦ୍ରୋହୀମାନେ କରିଥାନ୍ତି ।

Get real time updates directly on you device, subscribe now.