fbpx
BSKY
BJD SHG SKY
BJD MC SKY

ପାକିସ୍ତାନରେ ଚୀନ ନାଗରିକ ଯାଉଥିବା ବସକୁ ଉଡାଇଲେ ଆତଙ୍କବାଦୀ, ୧୦ ମୃତ, ୩୦ ଆହତ

ନୂଆଦିଲ୍ଲୀ : ପାକିସ୍ତାନ ସହ ବନ୍ଧୁତା ଚୀନକୁ ପଡିଲା ମହଙ୍ଗା। ପାକିସ୍ତାନର ଉତ୍ତର ରାଜ୍ୟ ଖଇବର ପଖତୁନଖଓ୍ଵାରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଚୀନ ନାଗରିକ ମଧ୍ୟ ସାମିଲ। ସମସ୍ତ ଚୀନ ନାଗରିକ ଇଞ୍ଜିନିୟର ଥିଲେ, ଯିଏ ଚାଇନା-ପାକିସ୍ତାନ ଇକୋନୋମିକ କରିଡର ଏକ ପ୍ରକଳ୍ପରେ କାମ କରୁଥିଲେ। ବିସ୍ଫୋରଣରେ ଜଣେ ପାକିସ୍ତାନୀ ସୈନିକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ରାଇଟର୍ସ ଅନୁଯାୟୀ, ବୁଧବାର ଏକ ବସକୁ ଟାର୍ଗେଟ୍ କରି ଆତଙ୍କବାଦୀ ଏହି ବିସ୍ଫୋରଣ ଘଟାଇଛନ୍ତି। ହେଲେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ବିସ୍ଫୋଟକ ରାସ୍ତାରେ ଖଞ୍ଜା ଯାଇଥିଲା ନା ବସରେ ରଖାଯାଇଥିଲା। ବିସ୍ଫୋରଣ ପରେ ବସ ଏକ ଗଭୀର ଖାତକୁ ଖସି ପଡିଛି।

ପ୍ରଥମେ ୮ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲା, ମାତ୍ର ପରେ ଜଣେ ଚୀନ ଇଞ୍ଜିନିୟର ଓ ପାକିସ୍ତାନୀ ସୈନିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ପରେ ବୋମା ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ଘଟିଛି। ୩୦ ଜଣ ଆହତ ହୋଇଛନ୍ତି। ସଂପ୍ରତି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଅନୁଯାୟୀ, ଯେଉଁ ବସକୁ ନିଶାଣ କରାଯାଇ ବିସ୍ଫୋରଣ କରାଯାଇଥିଲା, ସେଥିରେ ପ୍ରାୟ ୩୦ ଚୀନ ଇଞ୍ଜିନିୟର ଯାତ୍ରା କରୁଥିଲେ। ସମସ୍ତେ ଉପର କୋହିସ୍ତାନ ଅଞ୍ଚଳରେ ସ୍ଥିତ ଦାସୁ ଡ୍ୟାମ ଯାଉଥିଲେ। ଏହି ଡ୍ୟାମ ଚାଇନା ପାକିସ୍ତାନ ଇକୋନୋମିକ କରଡିରର ଅଂଶ।

 

Get real time updates directly on you device, subscribe now.