fbpx

ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୦୨୩ ପାଇଁ ବଦଳିଲା ପଏଣ୍ଟ ସିଷ୍ଟମ, ମ୍ୟାଚ୍ ଜିତିଲେ ଦଳକୁ ମିଳିବ ଏତିକି ଅଙ୍କ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୦୨୩ ପାଇଁ ନୂତନ ପଏଣ୍ଟ ସିଷ୍ଟମ ଘୋଷଣା କରିଛି। ଏବେ ପ୍ରତି ମ୍ୟାଚ୍ ଜିତିଲେ ଦଳକୁ ୧୨ ପଏଣ୍ଟ ମିଳିବ। ସିରିଜରେ କେତେ ମ୍ୟାଚ୍ ଖେଳାଗଲେ ମଧ୍ୟ, ଏଥିରେ ପଏଣ୍ଟ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଦଳର ରାଙ୍କିଙ୍ଗ୍ ପୂର୍ବ ପରି ପଏଣ୍ଟ ହିସାବରେ  ହେବ। ମ୍ୟାଚ୍ ଜିତିଲେ ୧୨ ପଏଣ୍ଟ ଏବଂ ୧୦୦ ପ୍ରତିଶତ ପଏଣ୍ଟ ମିଳିବ। ଟାଇ  ହେଲେ ଛଅ ପଏଣ୍ଟ ଓ ୫୦ ପ୍ରତିଶତ ପଏଣ୍ଟ, ଡ୍ର ହେଲେ ଚାରି ପଏଣ୍ଟ ଓ ୩୩.୩୩ ପ୍ରତିଶତ ପଏଣ୍ଟ ମିଳିବ। ମ୍ୟାଚ୍ ହାରିଲେ ଦଳକୁ କିଛି ପଏଣ୍ଟ ମିଳିବ ନାହିଁ। ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ମୋଟ୍ ୨୪ ପଏଣ୍ଟ ରହିବ। ତିନି ମ୍ୟାଚର ସିରିଜରେ ମୋଟ୍ ୩୬ ପଏଣ୍ଟ, ଚାରି ମ୍ୟାଚର ସିରିଜରେ ମୋଟ୍ ୪୮ ପଏଣ୍ଟ ଓ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ମୋଟ୍ ୬୦ ପଏଣ୍ଟ ରହିବ।

 

ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୧ରେ ପଏଣ୍ଟ ସିଷ୍ଟମ ସଂପୂର୍ଣ୍ଣ ଅଲଗା ଥିଲା। ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୩ ପାଇଁ ଖେଳସୂଚୀ ଆଇସିସି ପୂର୍ବରୁ ଜାରି କରି ସାରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ ୪ରୁ ଆରମ୍ଭ ହେଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ସହ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୩  ଆରମ୍ଭ ହୋଇଯିବ। ଭାରତକୁ ଏହି ସମୟରେ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ସିରିଜ୍ ଖେଳିବାକୁ ଥିବା ବେଳେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଗସ୍ତରେ ଟେଷ୍ଟ ସିରିଜ ଖେଳିବ।

 

 

Get real time updates directly on you device, subscribe now.