fbpx

SBIର ସତର୍କ ଘଣ୍ଟି, ଏପରି ନକେଲ ଆକାଉଣ୍ଟ ହୋଇଯିବ ଖାଲି

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ(SBI) ନିଜ ଗ୍ରାହକମାନଙ୍କୁ ଠକାମିରୁ ରକ୍ଷା କରିବାକୁ ସମୟ-ସମୟରେ ଆଲର୍ଟ ଜାରି କରିଥାଏ । ଏହା ବ୍ୟତିତ ଏସବିଆଇ ଗ୍ରାହକଙ୍କ ଆକାଉଣ୍ଟର ସୁରକ୍ଷା ପାଇଁ ଅନେକ ଚେତାବନୀ ଦେଇଥାଏ । ସେହିଭଳି ସୁରକ୍ଷାକୁ ନେଇ ନିକଟରେ ଏସବିଆଇ ନିଜ ଗ୍ରାହକମାନଙ୍କୁ ଚେତାବନୀ ଦେଇଛି । ବ୍ୟାଙ୍କ କହିଛି ଯେ, ବିନା ଭେରିଫିକେସନରେ କୌଣସି ଆପକୁ ଇନଷ୍ଟଲ କରାଯିବା ଉଚିତ୍ ନୁହେଁ । କାରଣ ନକଲି ଆପ୍ ଆପଣଙ୍କୁ ବଡ଼ ବିପଦରେ ପକାଇପାରେ ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ୱିଟର ଜରିଆରେ ଏସବିଆଇ ଗ୍ରାହକଙ୍କୁ ଆଲର୍ଟ କରିଛି । ଏସବିଆଇ କହିଛି ଯେ, ଆପଣଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା । ଠକେଇକୁ ରୋକିବା ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ କିଛି ଟିପ୍ସ ଦେଇଛି, ଯାହା ମାଧ୍ୟମରେ ଗ୍ରାହକମାନେ ସେମାନଙ୍କର ବ୍ୟକ୍ତିଗତ ଓ ଆର୍ଥିକ ଡାଟାକୁ ବିପଦରୁ ରକ୍ଷା କରିପାରିବେ । ବ୍ୟାଙ୍କ କହିଛି ଯେ ଗ୍ରାହକମାନେ କେବଳ ଭେରିଫାଇଡ୍ ସୋର୍ସରୁ ଆପ୍ ଡାଉନଲୋଡ୍ କରିବା ଉଚିତ୍ । କୌଣସି ଅଜଣା ବ୍ୟକ୍ତିଙ୍କ ପରାମର୍ଶରେ କିଛି ବିି ଆପ୍ ଡାଉନଲୋଡ୍ କରିବା ଠିକ୍ ନୁହେଁ । ବ୍ୟାଙ୍କ କହିଛି ଯେ ଆପଣଙ୍କର ଓଟିପି, ପିଆଇଏନ ଓ ସିଭିଭି ସମତେ ସମସ୍ତ ମେସେଜଗୁଡିକୁ ରିମୋଟ୍ ଜରିଆରେ ପଢ଼ାଯାଇପାରେ ।

ଏଭଳି ନକଲି ମେସେଜଠାରୁ ଦୂରେଇ ରହିବାକୁ ବ୍ୟାଙ୍କ ପରାମର୍ଶ ଦେଇଛି । ବ୍ୟାଙ୍କ କହିଛି ଯେ, ଏପରି କୌଣସି ନକଲି ଇମେଲ୍, ଏସଏମଏସ, କଲ୍ ଓ ଏମ୍ବେଡ୍ ଲିଙ୍କ ଉପରେ କୌଣସି ପ୍ରତିକ୍ରିୟା ଦିଅନ୍ତୁ ନାହିଁ । ଏହା ସହିତ ୟୁଜର୍ ଆଇଡି, ପାସୱାର୍ଡ, ଡେବିଟ୍ କାର୍ଡ ନମ୍ବର, ପିନ୍ ଓ ଓଟିପିକୁ କାହା ସହିତ ସେୟାର କରନ୍ତୁ ନାହିଁ । ଏସବିଆଇ କହିଛି ଯେ ବ୍ୟାଙ୍କ କୌଣସି ଗ୍ରାହକଙ୍କୁ ବ୍ୟକ୍ତିଗତ ସୂଚନା ମାଗେ ନାହିଁ । ଏସବିଆଇ, ଆରବିଆଇ, ସରକାରୀ ଅଫିସ ବା କେୟାଇସି ପ୍ରାଧିକରଣର ଅଧିକାରୀ କହି କଲ କରୁଥିବା ଲୋକଙ୍କଠାରୁ ସତର୍କ ରହିବା ଉଚିତ୍ ବୋଲି ବ୍ୟାଙ୍କ କହିଛି ।

Get real time updates directly on you device, subscribe now.