ପପକର୍ଣ୍ଣର ଧମାକେଦାର ଅଫର, ଡ୍ରମ ଧରି ପହଞ୍ଚିଲେ ଲୋକେ
ପପକର୍ଣ୍ଣ ପାଇଁ ଫିଲ୍ମ ହଲ୍ ଆଗରେ ଲମ୍ୱା ଲାଇନ୍। ବଡ଼ବଡ଼ କଣ୍ଟେନର ଧରି ପହଞ୍ଚିଲେ ଲୋକେ।
ସାଉଦି ଆରବ: ବିଭିନ୍ନ କମ୍ପାନୀ ବିଭିନ୍ନ ସମୟରେ ଅନେକ ଅଫର ଦେଇଥାନ୍ତି। ଠିକ୍ ସେହିପରି ଏକ ଫିଲ୍ମ ହଲ୍ ମଧ୍ୟ ପପକର୍ଣ୍ଣର ଅନଲିମିଟେଡ଼୍ ଅଫର ଦେଇଥିଲା। ହେଲେ ତା ପରେ ଯାହା ହେଲା ଚିନ୍ତାରେ ପଡିଯାଇଥିଲେ ମ୍ୟାନେଜମେଣ୍ଟ।
ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡ଼ିଓଟି ଚେନ୍ନାଇର ବୋଲି ଜଣା ପଡିଛି। ଅଫର ଘୋଷଣା ହେବା ପରେ ହଲରେ ଲୋକଙ୍କ ଲମ୍ୱା ଲାଇନ୍ ଦେଖିବାକୁ ମିଳିଛି। ହେଲେ ଏହା ଫିଲ୍ମ ଦେଖିବା ପାଇଁ ନୁହେଁ। ବରଂ ଫ୍ରିରେ ପପକର୍ଣ୍ଣ ଖାଇବା ପାଇଁ।
ପପକର୍ଣ୍ଣ ଅଫର: ସିନେମା ହଲରେ ମୁଭି ଟିକେଟ ସହ ପପକର୍ଣ୍ଣର ମଧ୍ୟ ବେଶ ଦାମ ରହିଥାଏ। ଯାହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। କିନ୍ତୁ ଫିଲ୍ମ ଦେଖିବା ବେଳେ ପପକର୍ଣ୍ଣ ଖାଇବାର ମଜା କିନ୍ତୁ ଅଲଗା।
ଆଉ ଲୋକଙ୍କର ମନକଥା ଜାଣିପାରି ସାଉଦି ଆରବର ଏକ ସିନେମା ହଲ୍ ଏକ ଅଫର ଘୋଷଣା କରିଥିଲା। ଯେଉଁ ଅଫରରେ ଥିଲା ଅନଲିମିଟେଡ଼୍ ପପକର୍ଣ୍ଣ। ଯାହାକୁ ଶୁଣିବା ପରେ ଲୋକେ ଉତ୍ସାହିତ ହୋଇ ପଡିଥିଲେ। କମ୍ ଦାମରେ ପପକର୍ଣ୍ଣ ମିଳୁଥିବାରୁ ହଲ୍ ଆଗରେ ଲମ୍ୱା ଲାଇନ୍ ଲାଗିଥିଲା।
ଅଫରର ଫାଇଦା ଉଠାଇଲେ ଲୋକେ: ଯାହାର ହାତରେ ଯେକୌଣସି ପାତ୍ର ପଡିଲା ସେହି ପାତ୍ରକୁ ଧରି ପପକର୍ଣ୍ଣ ଷ୍ଟୋର ପାଖକୁ ଦୌଡ଼ିଲେ। କେହି ବଡବଡ ଡ୍ରମ ମୁଣ୍ଡେଇ ପପକର୍ଣ୍ଣ ନେବାକୁ ଆସିଲା ତ ଆଉ କିଏ ବଡବଡ ଡିସ୍ ଧରି ପପକର୍ଣ୍ଣ ନେବାକୁ ପହଞ୍ଚିଲା। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓ: ଅଫର ବାହାରିବାର କିଛି ଘଣ୍ଟା ମଧ୍ୟରେ ହଲ୍ ଆଗରେ ଲମ୍ୱା ଲାଇନ ଦେଖିବାକୁ ମିଳିଥିଲା। ହେଲେ ମ୍ୟାନେଜମେଣ୍ଟ ଏକଥା ଭାବିନଥିଲା କି ଅଫର ଶୁଣିବା ପରେ ଏମିତି ପରିସ୍ଥିତି ହେବ ବୋଲି।
ହେଲେ ସେ ଯାହା ହେଉନା କାହିଁକି ମ୍ୟାନେଜମେଣ୍ଟ ଯେହେତୁ ଅଫର ଘୋଷଣା କରିଛି। ତେଣୁ କୌଣସି ଲୋକଙ୍କୁ ବି ନିରାଶ ହେବାକୁ ଦେଇନି। ଏବଂ ଡ୍ରମ ଭର୍ତ୍ତି କରି ପପକର୍ଣ୍ଣ ଦେଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।