fbpx

ଆଉ ଦୁଇ ସପ୍ତାହ ବଢିଲା ଲକ ଡାଉନ

ନୂଆଦିଲ୍ଲୀ, ୧।୫: ବଢ଼ିଲା ଲକ ଡାଉନ ଅବଧି।ଆଉ ଦୁଇ ସପ୍ତାହ ବଢିଛି ଲକ ଡାଉନ । କରୋନା ମୁକାବିଲା ପାଇଁ ମେ ମାସ ୪ରୁ ୧୪ ଦିନ ପାଇଁ ୧୭ ମେ ଯାଏ ଲକ୍‌ଡାଉନ୍‌କୁ ବଢ଼ାଇଲେ କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।ଲକ ଡାଉନ ସମୟ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଫଳରେ ମେ ୩ ବଦଳରେ ମେ ୧୭ ଯାଏଁ ଲକ ଡାଉନ ଅବଧି ସମଗ୍ର ଦେଶରେ ବଳ ବତ୍ତର ରହିବ । ଏନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋିଛି । ଲକ ଡାଉନ ଅବଧି ଶେଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ମାର୍ଚ୍ଚ ୨୨ରୁ ଲଗାତର ଭାବେ ଜନତା କର୍ଫ୍ୟୁ ଓ ଲକ ଡାଉନକୁ କେନ୍ଦ୍ର ସରକାର ବିଭିନ୍ନ ପର୍ଯ୍ୟାୟରେ ଜାରି କରିଚାଲିଛନ୍ତି । କାରଣ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଆକ୍ରାନ୍ତଙ୍କ ସଂଖା ୩୫୦୪୩ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧୫୪ରେ ପହଂଚିଛି । ତେବେ ୯୦୬୮ ଜଣ ସୁସ୍ଥ ହୋଇଛନ୍ତି । ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.