fbpx

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଜଣକ ମହିଳା ଓ ତାଙ୍କର ବୟସ ୩୫ବର୍ଷ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୧୪୯ଜଣ କରୋନା ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୩କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.