fbpx

ବଢ଼ିଲା ସମୟସୀମା: ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବି.ଏଡ୍‍. ପାଇଁ କରିପାରିବେ ଆବେଦନ

ଭୁବନେଶ୍ୱର : ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବି.ଏଡ୍‍.ରେ ନାମଲେଖା ପାଇଁ ଆବେଦନ ସମୟସୀମା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଜାତୀୟ ଶିକ୍ଷକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ଅନୁଷ୍ଠାନ – ଏନ୍‍.ସି.ଇ.ଆର୍‍.ଟି. ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଆବେଦନର ସମୟ ସୀମା ମଇ ୩୧ ତାରିଖ ପର୍ଯ୍ୟନ୍ତ ଥିଲା ।ଛାତ୍ରଛାତ୍ରୀମାନେ ଏନ୍‍.ସି.ଇ.ଆର୍‍.ଟି. ୱେବ୍‍ସାଇଟ୍‍ www.cee.ncert.gov.ରୁ ଆବେଦନ ସଂକ୍ରାନ୍ତ ଅଧିକ ସୂଚନା ଜାଣିପାରିବେ ।

Get real time updates directly on you device, subscribe now.