fbpx

ଦୁଇ ଦିନିଆ ଇରାନ ଗସ୍ତରେ ବୈଦେଶିକ ମନ୍ତ୍ରୀ, ଲୋହିତ ସାଗର ଏବଂ ପ୍ରମୁଖ ବିଷୟ ଉପରେ ଦ୍ୱିପାକ୍ଷିକ ଆଲୋଚନା

AAKASH

ନୂଆଦିଲ୍ଲୀ: ଦୁଇ ଦିନିଆ ଇରାନ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଏହି ଗସ୍ତ ସମୟରେ ବୈଦେଶିକ ମନ୍ତ୍ରୀ ତାଙ୍କ ଇରାନର ପ୍ରତିପକ୍ଷ ହୋସୈନ ଅମୀର ଅବ୍ଦୁଲ୍ଲାହିୟନ୍ଙ୍କ ସହ ଲୋହିତ ସାଗରର ସୁରକ୍ଷା ସ୍ଥିତି ସହ ଅନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ଜାନୁଆରୀ ୧୪ ଓ ୧୫ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଇରାନର ପ୍ରତିପକ୍ଷଙ୍କ ମଧ୍ୟରେ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ । ଲୋହିତ ସାଗର, ବିଶ୍ୱର ସବୁଠାରୁ ମହତ୍ୱପୂର୍ଣ୍ଣ ଜଳମାର୍ଗ ମଧ୍ୟରୁ ଅନ୍ୟତମ । ଆମେରିକାରେ ହୁତି ବିଦ୍ରୋହୀଙ୍କ ଦ୍ୱାରା ଆକ୍ରମଣ ପାଇଁ ଇରାନକୁ ଦାୟି କରାଯାଇଛି । ଏଭଳି ସ୍ଥିତିରେ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ କରାଯାଉଛି ।

 

Get real time updates directly on you device, subscribe now.