fbpx
BSKY
BJD MC SKY
BJD MS SKY

ଇସ୍ରାଏଲରୁ ମିଳିଲା ୧ ଲକ୍ଷ ବର୍ଷର ଜୀବାଶ୍ମ: ମିଳିବ ମାନବ ସତ୍ତାର ଗୂଢ ରହସ୍ୟ

ନୂଆଦିଲ୍ଳୀ(ଓଡ଼ିଶା ଭାସ୍କର): ଇସ୍ରାଏଲ୍ର ଏକ ଖନନ ସ୍ଥଳରୁ ମିଳିଛି ଏକ ଲକ୍ଷ ବର୍ଷ ପୁରୁଣା ଜୀବାଶ୍ମ । ଏହି ଜୀବାଶ୍ମର ଅଧିକ ପରୀକ୍ଷଣରୁ ମାନବ ସତ୍ତାର ଗୂଢ ରହସ୍ୟ ଉନ୍ମୋଚନ ହେବାର ସମ୍ଭାବନା ରହିଛି । ଚାର୍ଲସ୍ ଡାରୱିନଙ୍କ ସର୍ଭାଇଭାଲ୍ ଅଫ ଦ ଫିଟେଷ୍ଟର ତତ୍ୱକୁ ଏହି ଜୀବାଶ୍ମ ଗୁଡିକ ସଠିକ୍ ପ୍ରମାଣିତ କରିଛି । କିଭଳି ମାନବ ସମାଜ ସମୟ ସହିତ ନିଜକୁ ପରିବର୍ତ୍ତିତ କରିଛି ଏବଂ ବିକଶିତ ହୋଇଛି ଅଧିକ ପରୀକ୍ଷଣରୁ ଏହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

ମିଳିଥିବା ଜୀବାଶ୍ମରେ ନିନର୍ଡଥାଲ ପ୍ରଜାତିର ମଣିଷଙ୍କ ପରି ଲାଙ୍ଗୁଳ ମଧ୍ୟ ରହିଛି । ଏହା ସହିତ ମିଳିଥିବା ଜୀବାଶ୍ମରେ ପ୍ରଥମ ମାନବ ପ୍ରଜାତି ହୋମୋସାପିଏନ୍ସର ଗୁଣ ମଧ୍ୟ ରହିଥିବା ଜଣା ପଡିଛି । ପ୍ରଥମରୁ ନିନର୍ଡଥାଲ ପ୍ରଜାତି ରହିଥିବା ବେଳେ ଏହାର ଢେର ବିକଶିତ ପ୍ରଜାତି ହୋଉଛି ହୋମୋ ସାପିଏନ୍ସ । ତେବେ ଉଭୟ ଲକ୍ଷଣ ଥିବା ଜୀବାଶ୍ମ ପ୍ରଥମ ଥର ପାଇଁ ବୈଜ୍ଞାନିକଙ୍କ ହାତରେ ପଡିଛି । ଆଫ୍ରିକାରୁ ମାନବୁ ସତ୍ତାର ସୃଷ୍ଟି ନେଇ ଦାବି କରାଯାଉଥିବା ବେଳେ ଆଫ୍ରିକାରୁୀ ମିଳିଥିବା ଜୀବାଶ୍ମ ସର୍ବାଧ୍ଖଳ ୭୮ ହଜାର ବର୍ଷ ପୁରାତନ । ତେବେ ଇସ୍ରାଏଲର ନେଶ୍ରା ରାମଲା ଖନନ ସ୍ଥଳରୁ ମିଳିଥିବା ଏହି ଜୀବାଶ୍ମ ଦ୍ୱାରା ବିଜ୍ଞାନ ଏବଂ ମାନବ ଅଭ୍ୟୁଦୟର ଏକାଧିକ ଅସମାହିତ ପ୍ରଶ୍ନର ଉତ୍ତର ମିଳିଯିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.