fbpx

୨ ଟିକା ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ: ICMR 

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାରୁ ଆଜି ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି । ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ମିଳିଛି ଆଶ୍ୱସ୍ତିକର ଖବର । କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ICMR ମୁଖ୍ୟ ବଳରାମ ଭାର୍ଗବ ।

ସେ କହିଛନ୍ତି ଯେ, ‘କୋଭିଡର ସମସ୍ତ ଭେରିଆଣ୍ଟକୁ ମାତ୍ ଦେବାର କ୍ଷମତା ରଖିଛି ୨ ଟିକା । କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭେରିଆଣ୍ଟ ପ୍ରତି କାମ କରୁଛି । ଆଲଫା, ବିଟା, ଗାମା, ଡେଲଟା, ଡେଲଟା ପ୍ଲସ ପ୍ରତି କାମ ଦେଉଛି ।’

ତେବେ ଓଡ଼ିଶାରେ ଚିହ୍ନଟ ହୋଇଛି ଡେଲଟା ପ୍ଲସ ଭାରିଆଣ୍ଟ । ଦେଶରେ ଚିହ୍ନଟ ମୋଟ ୪୮ଟି କେସରୁ ଓଡ଼ିଶାରେ ଗୋଟିଏ । ମହାରାଷ୍ଟ୍ରରୁ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୭ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରୁ ଚିହ୍ନଟ ଡେଲଟା ପ୍ଲସ ରୋଗୀ ଦେବଗଡ଼ର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.