fbpx
BSKY
BJD MC SKY
BJD MS SKY

ବାସୁମତୀ ଚାଉଳରେ ପାକିସ୍ତାନକୁ ମାତ ଦେଲା ଭାରତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ବାସୁମତୀ ଚାଉଳ ଉତ୍ପାଦନ ରପ୍ତାନୀକୁ ନେଇ ପଡୋଶୀ ରାଷ୍ଟ୍ର ପାକିସ୍ତାନ ସର୍ବଦା ଭାରତକୁ ପଛରେ ପକାଇବାକୁ ଚେଷ୍ଟା କରିଥାଏ । ଦୀର୍ଘବର୍ଷ ଧରି ଜାରି ରହିଥିବା ଏହି ଲଢେଇରେ ଶେଷରେ ପାକିସ୍ତାନକୁ ମାତ ଦେଇଛି ଭାରତ । ଅନ୍ତର୍ଜାତୀୟ ବଜାରରେ ପାକିସ୍ତାନକୁ ପଛରେ ପକାଇବା ସହିତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଭାରତ କମ୍ ଦରରେ ବାସୁମତୀ ଚାଉଳ ବିକୁଥିବାରୁ ଏହା ପାକିସ୍ତାନର ଚାଉଳ ରପ୍ତାନୀକୁ ଗଭୀର ଭାବରେ ପ୍ରଭାବିତ କରିଛି । ଏହା ବିରୋଧରେ ପାକିସ୍ତାନ ୱାର୍ଲ୍ଡ ଟ୍ରେଡ୍ ଅର୍ଗାନାଇଜେସନ୍ର ଦ୍ୱାରସ୍ଥ ମଧ୍ୟ ହୋଇଛି ।

ପାକିସ୍ତାନୀ ୱେବସାଇଟ୍ ଡନରେ ପ୍ରକାଶିତ ଖବର ଅନୁଯାୟୀ ଭାରତ ଶସ୍ତାରେ ଚାଉଳ ରପ୍ତାନୀ କରୁଥିବାରୁ ଏହା ପାକିସ୍ତାନର ବ୍ୟବସାୟକୁ କ୍ଷତି ପହଞ୍ଚାଉଛି । ଚାଉଳ ରପ୍ତାନୀ ପାକ୍ ଘରୋଇ ଅଭିବୃଦ୍ଧି ହାର(ଜିଡିପି)ରେ ଏକ ବଡ ଅବଦାନ ରଖୁଥିବାରୁ ଏହା ଦ୍ୱାରା ପାକିସ୍ତାନର ଅର୍ଥନୀତି ମଧ୍ୟ ଗଭୀର ଭାବେ ପ୍ରଭାବିତ ହେଇଛି । ଗତ ବର୍ଷ ତୁଳନାରେ ପାକିସ୍ତାନର ଚାଉଳ ରପ୍ତାନୀ ପ୍ରାୟ ୧୪ ପ୍ରତିଶତ ହ୍ରାସ ପାଇଛି । ପୂର୍ବ ଆର୍ଥିକ ବର୍ଷରେ ପାକିସ୍ତାନ ୩.୮୭ ମିଲିୟନ୍ ଟନ୍ ଚାଉଳ ରପ୍ତାନୀ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହାର ରପ୍ତାନୀ ୩.୩ ମିଲିୟନ୍ ଟନକୁ ହ୍ରାସ ପାଇଛି । ପାକିସ୍ତାନ ସମେତ ଅନ୍ୟ ସମସ୍ତ ଏସୀୟ ରାଷ୍ଟ୍ର ବାସୁମତି ଚାଉଳକୁ ଟନ୍ ପିଛା ୪୫୦ ଡଲାରରେ ବିକ୍ରି କରୁଥିବା ବେଳେ ଭାରତ ଏହାକୁ ମାତ୍ର ୩୬୦ ଡଲାରରେ ବିକ୍ରି କରୁଛି । ଏହା ସହିତ ଭାରତ ଚଳିତ ଆର୍ଥିକ ବର୍ଷରେ ୪.୩ ମିଲିୟନ୍ ଟନ୍ ଚାଉଳ ରପ୍ତାନୀ କରି ରେକର୍ଡ ସୃଷ୍ଟି କରିଛି ।

Get real time updates directly on you device, subscribe now.