fbpx

ଅସାଧାରଣ ପ୍ରତିଭା: ୧୨ ବର୍ଷର ବାଳିକା ପାସ୍ କଲେ ଯୁକ୍ତଦୁଇ

ନୂଆଦିଲ୍ଲୀ, ୬ା୨: ସଫଳତା ପାଇଁ ବୟସ କେବେ ବି ବାଧକ ସାଜିନଥାଏ । ମଧ୍ୟପ୍ରଦେଶର ଜଣେ ୧୩ ବର୍ଷର ଝିଅ ତନିସ୍କା ଏହା ପ୍ରମାଣ କରି ଦେଖାଇଛନ୍ତି । ତନିସ୍କା ଆୱସ୍ଥି ୧୧ ବର୍ଷରେ ଦଶମ, ୧୨ ବର୍ଷରେ ଦ୍ୱାଦଶ ପାସ୍ କରି ଏସିଆ ବୁକ୍ ଆୱାର୍ଡ ହାସଲ କରିଛନ୍ତି ।

ତନିସ୍କା ନିଜ ମାତା ଅନୁବାଙ୍କ ସହିତ ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଛନ୍ତି । ତନିସ୍କା ୧୩ ବର୍ଷ ବୟସରେ ସାଇକୋଲୋଜିରେ ବିଏ ଆଡମିଶନ କରିଛନ୍ତି । ସୂଚନାଯୋଗ୍ୟ ଯେ, ତନିସ୍କା ଆଖି ବନ୍ଦ କରି ଲେଖିବା ସହ ପଢ଼ି ପାରନ୍ତି । ତାଙ୍କର ଏହି ଅସାଧାରଣ ପ୍ରତିଭା ବଳରେ ସେ ଅଢ଼େଇ ବର୍ଷରେ ଅଧ୍ୟୟନ ଆରମ୍ଭ କରିଥିଲେ । ୮ ବର୍ଷରେ ସେ ୫ମ ଶ୍ରେଣୀ ପାସ କରିଥିଲେ । ଜଣେ ସ୍ଥାନୀୟ ସାଂସଦଙ୍କ ସହାୟତାରେ ତନିସ୍କା ବିଏ ଆଡମିଶନ କରିବାକୁ ସକ୍ଷମ ହୋଇପାରିଥିଲେ ।

Get real time updates directly on you device, subscribe now.