fbpx
BSKY
BJD MC SKY
BJD MS SKY

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରତ୍ୟେକ ମଣିଷ ନିଜର ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ଦରକାର । ଯେଉଁମାନଙ୍କର ରୋଗପ୍ରତିରୋଧକ କ୍ଷମତା ଯେତେ ଅଧିକ ସେମାନଙ୍କୁ କୌଣସି ରୋଗ କିମ୍ବା ମୌସମର ପ୍ରଭାବ ସାମାନ୍ୟ ସ୍ପର୍ଶ କରେ ନାହିଁ । ଏହି ଶକ୍ତି ବୃଦ୍ଧି ପାଇଁ ଆପଣଙ୍କୁ କିଛି ଜିନିଷକୁ ପରିତ୍ୟାଗ କରିବା ସହ ଆଉ କିଛି ନୂଆ ଜିନିଷକୁ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ପଡ଼ିବ । ଆସନ୍ତୁ ସେ ବିଷୟରେ ଜାଣିବା:-

– ଯଦି ଆପଣ ମଦ, ସିଗାରେଟ୍ ଆଦି ନିଶା ସେବନ କରୁଥାନ୍ତି, ତେବେ ତୁରନ୍ତ ତାହାକୁ ପରିତ୍ୟାଗ କରନ୍ତୁ । କାରଣ ଏହି ନିଶାଗୁଡ଼ିକ ଆପଣଙ୍କର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଦେଇଥାଏ ।

– ଚା, କଫି ଓ ଚକୋଲେଟ୍ ବହୁତ କମ ପରିମାଣରେ ଖାଆନ୍ତୁ । କାରଣ ଏସବୁ ଜିନିଷରେ କଫିନ୍ ରହିଥାଏ, ଯାହାକି ଆମର ରୋଗପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ ।

– ଲୁଣ ବ୍ୟବହାର କମ୍ କରିବା ଉଚିତ । କାରଣ ମାତ୍ରାଧିକ ଲୁଣର ବ୍ୟବହାର କରିବା ଦ୍ୱାରା ବ୍ୟାକ୍ଟେରିଆଙ୍କ ସହିତ ଲଢ଼ିବା ଶକ୍ତି ହ୍ରାସ ହୋଇଥାଏ । ଏଥିସହ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ।

– ମିଠା ଜିନିଷର ସେବନ କମ୍ କରିବା ଉଚିତ । ମିଠା ଜିନିଷ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । କୋଲ୍ଡ ପାନୀୟ, ଶକ୍ତି ପାନୀୟ ଓ ସୋଡ଼ାର ବ୍ୟବହାର କରିବା ଅନୁଚିତ । ଏହାଦ୍ୱାରା ମଧ୍ୟ ରୋଗପ୍ରତିରୋଧ ଶକ୍ତି କମ୍ ହୋଇଥାଏ ।

– ନିୟମିତ ରସୁଣ ଖାଇବାର ଅଭ୍ୟାସ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ । ରସୁଣ ଆଣ୍ଟି ବାୟୋଟିକ୍ ପରି କାର୍ଯ୍ୟ କରିଥାଏ । ଏଥିରେ ଫସଫରସ, ଲୌହ, କ୍ୟାଲସିୟମ, ଭିଟାମିନ ରହିଥିବାରୁ ଏହା ରୋଗପ୍ରତିରୋଧ ଶକ୍ତି ବୃଦ୍ଧିରେ ସହାୟକ ହୁଏ ।

– ଏତଦବ୍ୟତୀତ ଆପଣ ସକାଳ ଜଳଖିଆରେ ଦଲିଆ, ଡାଲିଜାତୀୟ ଖାଦ୍ୟ ଖାଇବା ଉଚିତ । ଏହା ଶରୀରରେ ରୋଗପ୍ରତିରୋଧ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.