fbpx

Facebook ଲଞ୍ଚ କଲା ନୂଆ ଫିଚର: ଏଣିକି ଆପଣମାନେ କ୍ରିଏଟ କରିପାରିବେ ଅନେକ ପର୍ସନାଲ ପ୍ରୋଫାଇଲ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟା ନିକଟରେ ଫେସବୁକରେ ଏକ ନୂଆ ଫିଚର ଯୋଡ଼ିଛି । ଏହି ଫିଚରର ସହାୟତାରେ ଆପଣ ଗୋଟିଏ ଆକାଉଣ୍ଟରେ ଅଲଗା ଅଲଗା ପ୍ରୋଫାଇଲସ କ୍ରିଏଟ କରିପାରିବେ । ଏହି ଫିଚର ୟୁଜର୍ସଙ୍କୁ ନିଜର ପର୍ସନାଲ ଓ ପବ୍ଲିକ ପ୍ରୋଫାଇଲକୁ ଅଲଗା ଅଲଗା ରଖିବାରେ ସହାୟତା କରିବ । ଫଳରେ ଏକାଧିକ ପ୍ରୋଫାଇଲ କ୍ରିଏଟ କରିବା ଏବେ ସହଜ ହେବ ।

ଯଦି ଆପଣମାନେ ଅଲଗା ଅଲଗା ପ୍ରୋଫାଇଲ ତିଆରି କରିବାକୁ ଚାହିଁବେ ତେବେ ଏଥିପାଇଁ ଆପଣଙ୍କୁ ଅଲଗା ଅଲଗା ଆକାଉଣ୍ଟସ କ୍ରିଏଟ କରିବାକୁ ପଡ଼ିବ ନାହିଁ । ପୂର୍ବରୁ ଏପରି ନିୟମ ରହିଥିଲା । ମାତ୍ର ନୂଆ ଫିଚରରେ ୟୁଜର୍ସଙ୍କୁ ଅନେକ ଫାଇଦା ମିଳିବ । ଆପଣ ଗୋଟିଏ ଆକାଉଣ୍ଟରୁ ଏକାଧିକ ପ୍ରୋଫାଇଲସ କ୍ରିଏଟ କରିପାରିବେ । ଏହାର ସହାୟତାରେ ଆପଣ ନିଜର ୱାର୍କ ପ୍ରୋଫାଇଲ ଠାରୁ ପର୍ସନାଲ ପ୍ରୋଫାଇଲକୁ ଅଲଗା କରିପାରିବେ ।

ତେବେ ଅତିରିକ୍ତ ପ୍ରୋଫାଇଲ୍ସରେ ଆପଣଙ୍କୁ ସମସ୍ତ ଫିଚର୍ସ ମିଳିବ ନାହିଁ । ସେଥିରେ ଆପଣଙ୍କୁ ଡେଟିଂ, ମାର୍କେଟପ୍ଲେସ, ପ୍ରୋଫେସନାଲ ମୋଡ଼ ଓ ପେମେଣ୍ଟ ପରି ଫିଚର୍ସ ମିଳିବ ନାହିଁ । ଆପଣ ୪ଟି ଅତିରିକ୍ତ ପ୍ରୋଫାଇଲସ ପାଇଁ ନାମ ଓ ୟୁଜରନେମ କେବଳ ଗୋଟିଏ ଆକାଉଣ୍ଟରୁ ବାଛି ପାରିବେ । ଏହି ଫିଚରକୁ ୟୁଜ କରିବାକୁ ହେଲେ ଆପଣଙ୍କୁ ସର୍ବପ୍ରଥମେ ଫେସବୁକ ଆପକୁ ଯିବାକୁ ପଡ଼ିବ । ସେଠାରେ ନିଜର ପ୍ରୋଫାଇଲରେ କ୍ରିଏଟ ନ୍ୟୁ ପ୍ରୋଫାଇଲ ଅପ୍ସନରେ ପ୍ରୋଫାଇଲ ନେମ ବାଛିବାକୁ ପଡ଼ିବ । ନାମ ଲେଖିବା ପରେ ଆପଣଙ୍କୁ ନିଜର ୟୁଜରନେମ ବାଛିବାକୁ ପଡ଼ିବ ଓ କ୍ରମଶଃରେ କ୍ଲିକ କରିବାକୁ ପଡ଼ିବ । ଏପରି ଭାବେ ଆପଣ ନିଜର ନୂଆ ପ୍ରୋଫାଇଲ କ୍ରିଏଟ କରିପାରିବେ । ଏଥିପାଇଁ ଆପଣ ଅଲଗା ଫଟୋ ମଧ୍ୟ ବାଛି ପାରିବେ ।

Get real time updates directly on you device, subscribe now.