fbpx

ବ୍ୟବସାୟ କରିବା ପାଇଁ ଫେସବୁକ୍ ଦେବ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍, ଜାଣନ୍ତୁ ପୂରା ଯୋଜନା ସମ୍ପର୍କରେ

ନୂଆଦିଲ୍ଲୀ: ଦିଗ୍ଗଜ ସୋସିଆଲ୍ ମିଡିଆ କମ୍ପାନୀ ଫେସବୁକ୍ କ୍ଷୁଦ୍ର ଓ ମଧ୍ୟମଧରଣର ବ୍ୟବସାୟୀଙ୍କୁ ଏକ କ୍ଷୁଦ୍ର ବ୍ୟବସାୟିକ ଋଣ ଆରମ୍ଭ କରିଛି । ଏହା ଜରିଆରେ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କୁ ୫ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ମିଳିପାରିବ । ଏହି ଲୋନ୍ ଦେଶର ୨୦୦ ସହରରେ ଉପଲବ୍ଧ ହେବ । ଏଥିପାଇଁ ଫେସବୁକ୍ ଅନଲାଇନ୍ ଲୋନ୍ ଦେଉଥିବା କମ୍ପାନୀ ଇଣ୍ଡିଫାଇ ସହିତ ହାତ ମିଶାଇଛି ।

ବିନା କୋଲେଟରଲ୍ ଋଣ ପାଇଁ ବାର୍ଷିକ ୧୭ ରୁ ୨୦ ପ୍ରତିଶତ ସୁଧ ଦେବାକୁ ପଡିବ । ଅନ୍ୟପକ୍ଷରେ, ଯଦି ଆପଣ ଜଣେ ମହିଳା ଉଦ୍ୟୋଗୀ, ତେବେ ଆପଣଙ୍କୁ ସାଧାରଣ ହାର ତୁଳନାରେ ୦.୨ ପ୍ରତିଶତ କମ୍ ସୁଧ ଦେବାକୁ ପଡିବ । ଏହାର ବିଶେଷ କଥା ହେଉଛି ଋଣ ପାଇଁ କୌଣସି ପ୍ରକ୍ରିୟାକରଣ ଶୁଳ୍କ ନାହିଁ । ଯେତେବେଳେ ବି ବ୍ୟାଙ୍କ ଘର ଋଣ ଦେଇଥାଏ ସେତେବେଳେ ଗ୍ରାହକଙ୍କୁ ଏଥିପାଇଁ ପ୍ରକ୍ରିୟାକରଣ ଶୁଳ୍କ ଦେବାକୁ ପଡିଥାଏ । ଏହା କେବଳ ଥରେ ଦିଆଯାଏ । ସମସ୍ତଙ୍କୁ କେବଳ ପାଞ୍ଚ ଦିନ ମଧ୍ୟରେ ଋଣ ମିଳିଯିବ ।

ଏହି ଲୋନ୍ ଯୋଜନାର ଲାଭ ଉଠାଇବା ପୂର୍ବରୁ ଜାଣି ନିଅନ୍ତୁ ଯେ, ଏଥିରେ କେବଳ ସେହି ଛୋଟ ଉଦ୍ୟୋଗୀମାନଙ୍କ ପାଇଁ ଲୋନ୍ ଉପଲବ୍ଧ ହେବ ଯେଉଁମାନେ ଫେସବୁକ୍ କିମ୍ବା ଏହାର ଅନ୍ୟ କୌଣସି ଆପରେ ଅତି କମରେ ଛଅ ମାସ ଅର୍ଥାତ୍ ୧୮୦ ଦିନ ବିଜ୍ଞାପନ ଦେଇଛନ୍ତି। ତେବେ ଫେସବୁକ୍ ଏହାକୁ ଏଥିପାଇଁ ଆରମ୍ଭ କରୁଛି ଯଦ୍ୱାରା ଅଧିକରୁ କମ୍ପାନୀ ଫେସବୁକ୍ ରେ ବିଜ୍ଞାପନ ଦେବେ ।

Get real time updates directly on you device, subscribe now.