fbpx

ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ, ରାତି ପାହିଲେ ପୂର୍ଣ୍ଣମୀ; ବଢୁଛି ଅସନ୍ତୋଷ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ରାତି ପାହିଲେ ପବିତ୍ର ଗହ୍ମା ପୂର୍ଣ୍ଣମୀ ବା ରାଖୀ ପୂର୍ଣ୍ଣିମା। କିନ୍ତୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି। ଫଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେବାୟତଙ୍କ ମଧ୍ୟରେ ମତଭେଦ ପାଇଁ ମହାପ୍ରଭୁଙ୍କ ନୀତି ବିଭ୍ରାଟ ସାଧାରଣରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି।

ଗହ୍ମା ପୂର୍ଣ୍ଣମୀ ପଇତା ଲାଗି ନୀତି ଶନିବାର ସନ୍ଧ୍ୟା ସୁଦ୍ଧା ବନ୍ଦ ରହିଥିଲା। ପୂଜା ପଣ୍ଡା ସେବାୟତ ବଡୁ ସେବାୟତଙ୍କ ମଧ୍ୟରେ ମତଭେଦ କାରଣରୁ ଏଭଳି ଘଟିଛି ବିଭ୍ରାଟ। ବିଭ୍ରାଟକୁ ନେଇ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ମନ୍ଦିର ଏକଜୁକେଟିଭ ଅଫିସରଙ୍କ ସମେତ ବ୍ରାହ୍ମଣ ନିଯୋଗ,ବଡୁ ନିଯୋଗ, ପୂଜା ପଣ୍ଡା ନିଯୋଗ ସାମିଲ ଥିଲେ। ତେବେ ବୈଠକର ନିଷ୍ପତ୍ତି ଅନୁସାରେ ପଇତା ଲାଗି ନୀତିକୁ ବାଦ୍ ଦେଇ ବାକି ସମସ୍ତ ନୀତି ଚାଲିବ। ତେବେ ସନ୍ତୋଷଜନକ ନିଷ୍କର୍ଷ ବାହାରି ନପାରିବାରୁ ଦେବୋତ୍ତର କମିସନଙ୍କ ଦ୍ଵାରସ୍ଥ ହୋଇଛନ୍ତି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ।

Get real time updates directly on you device, subscribe now.