fbpx

କଣ ଛୋଟ ଛୁଆଙ୍କ ଠାରୁ ବ୍ୟାପେ କରୋନା? ଅଧ୍ୟୟନରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନାର ନୁତନ ଭାରିଆଣ୍ଟକୁ ବିଶେଷଜ୍ଞମାନେ ତୃତୀୟ ଲହର ଭାବରେ ବିବେଚନା କରୁଛନ୍ତି । ଅନେକ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ଯେହେତୁ ପିଲାମାନଙ୍କ ଟିକାକରଣ କରାଯାଇ ନାହିଁ, ତେଣୁ ସେମାନଙ୍କ ଠାରେ ସଂକ୍ରମଣ ବ୍ୟାପିବାରେ ଆଶଙ୍କା ଅଧିକ ରହିଛି । ପିଲାମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଟିକା ପ୍ରସ୍ତୁତି ପକ୍ରିୟା ଜାରି ରହିଛି। ଏପରି ପରିସ୍ଥିତିରେ, ଲୋକଙ୍କ ମନରେ ଏକ ପ୍ରଶ୍ନ ଅଛି ଯେ ଯଦି ପିଲାମାନେ କରୋନା ଦ୍ୱାରା ସଂକ୍ରମିତ ହୁଅନ୍ତି, ତେବେ ସେମାନେ ଅନ୍ୟ ଲୋକଙ୍କୁ ସଂକ୍ରମିତ କରିପାରିବେ କି ନାହିଁ ? ପିଲାମାନଙ୍କ ଠାରୁ ଅନ୍ୟ ଲୋକମାନଙ୍କୁ ଭାଇରସ୍ ବ୍ୟାପିବାର ବିପଦ କେତେ ଅଧିକ?

ତେବେ ଏହାକୁ ନେଇ ନିକଟରେ ଏକ ଅଧ୍ୟୟନ କରାଯାଇଥିଲା । ଏବେ ଏଥିରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । କାନିଡିୟନ୍ ପବ୍ଲିକ୍ ହେଲଥ୍ ଏଜେନ୍ସି ଦ୍ୱାରା କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ, କିଶୋରଙ୍କ ତୁଳନାରେ ଶିଶୁ ମାନଙ୍କ ଠାରୁ କରୋନ ବ୍ୟାପିବାର ଆଶଙ୍କା ଅଧିକ ରହିଥାଏ । ସଂକ୍ରମିତ ଶିଶୁ ଠାରୁ ଭାଇରସ୍ ପରିବାରର ସମସ୍ତଙ୍କୁ ଖୁବ୍ ଶୀଘ୍ର ବ୍ୟାପିପାରେ । ଏନେଇ ଜାମା ପାରାଡାଇସ୍ ଜର୍ନାଲରେ ପ୍ରକାଶିତ ଅଧ୍ୟୟନରେ ବିଶେଷଜ୍ଞ ମାନେ କହିଛନ୍ତି ଯେ, ଛୋଟ ପିଲାଙ୍କ ଠାରେ ଅନ୍ୟଙ୍କୁ ସଂକ୍ରମଣ କରିବାର ଆଶଙ୍କା ଅଧିକ ରହିଥାଏ । ଏହାର କାରଣ ହେଲା- ସେମାନଙ୍କ ଠାରେ ଥିବା ବ୍ୟବହାର କାରକ । ଯାହାକୁ ସଂକ୍ରମଣ ବ୍ୟାପିବାର ଦାୟୀ ବୋଲି ଧରାଯାଏ ।

ବିଶେଷଜ୍ଞଙ୍କ ଅନୁଯାୟୀ, ସଂକ୍ରମଣ ସମୟରେ ବୟସ୍କ ଲୋକମାନେ ଯେପରି ଯତ୍ନବାନ ହୁଅନ୍ତି, ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ । ଯେହେତୁ ପିଲାମାନେ ନିଜେ ନିଜେ କରୋନା ସଂକ୍ରମଣ ସମ୍ବନ୍ଧିତ ନିୟମ ସବୁକୁ ପାଳନ କରିପାରିବେ ନାହିଁ ଏବଂ ସେମାନେ ସାମଜିକ ଦୂରତା ବଜାୟ ରଖିପାରିବେ ନାହିଁ । ଏହି ପରିସ୍ଥିତିରେ, ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କର ଯତ୍ନ ନେବା ଆବଶ୍ୟକ କରନ୍ତି, ଏହା ଅନ୍ୟ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ବଢ଼ାଇଥାଏ ।

ଅଧ୍ୟୟନ ସମୟରେ ବିଶେଷଜ୍ଞ ମାନେ ସବୁ ସ୍ତରରେ ବିପଦର ଅନୁସନ୍ଧାନ କରିଥିଲେ। ଏଥିପାଇଁ ଜୁନ୍ ରୁ ଡିସେମ୍ବର ୨୦୨୦ ମଧ୍ୟରେ ପ୍ରାୟ ୬୨୦୦ ପରିବାରଙ୍କ ସହ ଯୋଗାଯୋଗ କରାଯାଇଥିଲା ଯାହାର ପିଲାମାନେ କରୋନାରେ ସଂକ୍ରମିତ ହୋଇଥିଲେ। ଏହି ତଥ୍ୟଗୁଡିକର ଅଧ୍ୟୟନକୁ ଆଧାର କରି ବିଶେଷଜ୍ଞ ମାନେ ଜାଣିବାକୁ ପାଇଲେ ଯେ ତିନି ବର୍ଷରୁ କମ୍ ପିଲାମାନେ ଯୁବକମାନଙ୍କ ଅପେକ୍ଷା ଅଧିକ ସଂକ୍ରମଣ ବିସ୍ତାର କରିପାରନ୍ତି। ଏହିପରି ଛୋଟ ପିଲାମାନେ କରୋନା ବାହକ ହୋଇପାରନ୍ତି ଏବଂ ଘରର ଅନ୍ୟ ଲୋକଙ୍କୁ ସଂକ୍ରମିତ କରିପାରନ୍ତି । ପିଲାମାନଙ୍କର ନାକ ଏବଂ ଗଳାରେ ଭାଇରାଲ୍ ଭାର ଅଧିକ ଥାଏ, ତେଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ବୃଦ୍ଧିପାଏ । ସଂକ୍ରମଣ ସମୟରେ ପିଲାମାନେ ମଧ୍ୟ ବିଶେଷ ଯତ୍ନ ଆବଶ୍ୟକ କରନ୍ତି, ତେଣୁ ସେମାନଙ୍କୁ ଅଲଗା କରାଯାଇପାରିବ ନାହିଁ ।

Get real time updates directly on you device, subscribe now.