fbpx

ସୋମବାର ଠାରୁ ପୂର୍ବ ପରି ରାଜଧାନୀରେ ଖୋଲିବ ଦୋକାନ ବଜାର, ରାଜ୍ୟ ସରକାର ହଟାଇଲେ ସବୁ ପ୍ରତିବନ୍ଧକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇଛି । ତେଣୁ ରାଜ୍ୟ ସରକାର ପୂର୍ବରୁ ପରି ୂବଜାର ଦୋକାନ ଆଦି ଖୋଲିବାକୁ ଅନୁମତି ନେଇ ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ, ସୋମବାର ଠାରୁ ସମସ୍ତ ବଜାର ପୂର୍ବ ପରି ଖୋଲିପାରିବ । କରୋନା ସଂକ୍ରମଣ ପିକ୍ ରେ ଥିବାରୁ ସବୁ କିଛି ବନ୍ଦ ରହିଥିଲା ଏବଂ ଧାର୍ଯ୍ୟ ସମୟାନୁସାରେ ଖୋଲୁଥିଲା । କିନ୍ତୁ ସୋମବାର ଠାରୁ ଦୋକାନ ବଜାର ପୂରା ଦିନ ତମାମ ଖୋଲା ରହିବ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଢ଼େର୍ ମାତ୍ରାରେ ହ୍ରାସ ପାଉଥିବାକୁ ଆଖି ଆଗରେ ରଖି ଏହି ନିଷ୍ପତି ନିଆଯାଇଛି ।

ଦିଲ୍ଲୀରେ କରୋନା ସଂକମ୍ରଣ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ବଜାରରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଯାଇଥିଲା। ଅନେକ ମାସ ଧରି, ବଜାରଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା, କିନ୍ତୁ ମାମଲା ହ୍ରାସ ହେତୁ ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଖୋଲିବାକୁ ଅନୁମତି ଦିଆଗଲା । ବର୍ତ୍ତମାନ ଦିଲ୍ଲୀରେ କରୋନା ସଂକ୍ରମଣ କମିବା ପରେ ପୂର୍ଣ୍ଣ ରୂପରେ ରାଜ୍ୟକୁ କଟକଣା ମୁକ୍ତ କରିଦିଆଯାଇଚି ।

Get real time updates directly on you device, subscribe now.